ଓଡିଶା

odisha

By

Published : Dec 10, 2021, 7:55 PM IST

ETV Bharat / state

Elephants Wreak Havoc: ଠାକୁରମୁଣ୍ଡା ରେଞ୍ଜରେ ଥମୁ ନାହିଁ ହାତୀ ଆତଙ୍କ

ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ । ପୁଣି ଭାଙ୍ଗିଲେ ଘର, ଖାଇଲେ ଧାନ । ଅଧିକ ପଢନ୍ତୁ

Elephant Fear: ଠାକୁରମୁଣ୍ଡା ରେଞ୍ଜରେ ଥମୁ ନାହିଁ ହାତୀ ଆତଙ୍କ
Elephant Fear: ଠାକୁରମୁଣ୍ଡା ରେଞ୍ଜରେ ଥମୁ ନାହିଁ ହାତୀ ଆତଙ୍କ

ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଠାକୁରମୁଣ୍ଡା ରେଞ୍ଜରେ ହାତୀ ଉପଦ୍ରବ । କେତେ ବେଳେ ଧାନ ଫସଲ ନଷ୍ଟ କରୁଛନ୍ତି ତ ଆଉ କେତେ ଘର ଭାଙ୍ଗୁଛନ୍ତି । ଯାହା ସ୍ଥାନୀୟ ଲୋକଙ୍କ ନିଦ ହଜେଇ ଦେଇଛି ।

ବନଭିଭାଗର ସବୁ ଉଦ୍ୟମ ପରେ କରଞ୍ଜିଆ ବନଖଣ୍ଡରୁ ଏବେ ହାତୀ ଘଡେଇବା କଷ୍ଟକର ହୋଇପଡିଛି । ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ ୨୬ଟିକିଆ ହାତୀ ପଲ ଠାକୁରମୁଣ୍ତା ରେଞ୍ଜ ଅଞ୍ଚଳରେ ପଶିଥିଲେ ।

Elephant Fear: ଠାକୁରମୁଣ୍ଡା ରେଞ୍ଜରେ ଥମୁ ନାହିଁ ହାତୀ ଆତଙ୍କ

ଏ ହାତୀପଲ ଏକ ଘର ଭାଙ୍ଗିଦେଇଥିବା ବେଳେ ମରଣ ମୁହାଁରୁ ଶିଶୁପୁତ୍ର ବଞ୍ଚି ଯାଇଛି । ଏପରିକି ଘର ଭାଙ୍ଗିଯାଇଥିବାରୁ ଏକ ଛେଳି ଛୁଆର ମଧ୍ୟ ମୃତ୍ୟୁ ହୋଇଛି । ୨୬ ଟିକିଆ ହାତୀ ଯୋଗୁଁ କରଞ୍ଜିଆ , ଠାକୁରମୁଣ୍ଡା, ଶୁକୃଳି, ରରୁଆ ବ୍ଳକର ଦୁଇଶହରୁ ଅଧିକ ଗାଁର ଲୋକେ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ହାତୀପଲ ଦିନ ବେଳେ ଜଙ୍ଗଲରେ ରହୁଥିବା ବେଳେ ସନ୍ଧ୍ୟା ସମୟରେ ଗାଁ ଅଭିମୁଖେ ଆସି ଅନେକ କ୍ଷୟକ୍ଷତି କରୁଛନ୍ତି।

ସେହିପରି ତାଳପଦା ଗାଁରେ ଜଣେ ବ୍ୟକ୍ତିଙ୍କ ଘର ଭାଙ୍ଗିବା ସହ ଧାନ ଓ ଚାଉଳ ମଧ୍ୟ ଖାଇ ଦେଇଛନ୍ତି ହାତୀପଲ । ଏହାସହ କାଜୁ ବଗିଚା ମଧ୍ୟ ନଷ୍ଟ କରିଛନ୍ତି ହାତୀପଲ । ଏବେ ହାତୀପଲ ଠାକୁରମୁଣ୍ଡା ରେଞ୍ଜ ଅଧୀନରେ ଥିବା ପଡିଆବେଡା ଜଙ୍ଗଲରେ ଥିବା ଠାକୁରମୁଣ୍ଡା ରେଞ୍ଜ ଅଫିସର ସୂଚନା ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details