ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ଥମିବାର ନାଁ ନେଉନି ହାତୀ ଉପଦ୍ରବ। ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ବାଇଶ ଟିକିଆ ହାତୀପଲର ଉପଦ୍ରବ ଜାରି ରହିଥିବା ବେଳେ ରାଇରଙ୍ଗପୁର ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ମଧ୍ୟ ହାତୀ ଉପଦ୍ରବ ଆରମ୍ଭ ହୋଇଥିବା ଜଣାପଡିଛି।
ସୂଚନା ଅନୁଯାୟୀ, ୧୪ ଟିକିଆ ହାତୀପଲ ରାଇରଙ୍ଗପୁର ରେଞ୍ଜ ଅଧୀନରେ ଥିବା କୁକୁଡିମୁଣ୍ଡି ଓ ସାନଝରି ଗ୍ରାମରେ ବ୍ୟାପକ ଧାନ ଫସଲ ଦଳି ଚକଟି ନଷ୍ଟ କରିବା ସହିତ ପାଚିଲା ଧାନକୁ ଖାଇ ଯାଇଛନ୍ତି। ତେବେ କୁକୁଡିମୁଣ୍ଡି ଓ ସାନଝରି ଗ୍ରାମରେ ହାତୀପଲ ଏକର ଏକର ଧାନ ଫସଲ ନଷ୍ଟ କରିଥିବା ବେଳେ ରାଇରଙ୍ଗପୁର ବନବିଭାଗ ମଧ୍ୟ ହାତୀ ଘଉଡେଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।