ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ମୁଖ୍ୟ ସମସ୍ୟା ସାଜିଛି ହାତୀ ଉପଦ୍ରବ । କିଛି ଦିନ ହେବ କେନ୍ଦୁଝର ଜିଲ୍ଲା ପଟୁ ଦୁଇଟି ହାତୀପଲ କରଞ୍ଜିଆ ବନଖଣ୍ଡରେ ପଶିଛନ୍ତି । ଯାହା ଏବେ ଅଞ୍ଚଳବାସୀଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ପ୍ରତ୍ୟେକ ଦିନ ସନ୍ଧ୍ୟା ହେଲେ ହାତୀପଲ ଆଖପାଖ ଗାଁରେ ପଶି ଲୋକଙ୍କ ଘରଦ୍ୱାର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି ଘଟାଉଛନ୍ତି ।
କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ, ସନ୍ଧ୍ୟା ହେଲେ ଆତଙ୍କିତ ସ୍ଥାନୀୟବାସୀ - karanjia elephant terror
କରଞ୍ଜିଆ ବନଖଣ୍ଡରେ ପୁଣି ଲେଉଟିଲେ ହାତୀପଲ । ସନ୍ଧ୍ୟା ହେଲେ ଆଖପାଖ ଗାଁରେ ପଶି ଘଟାଉଛନ୍ତି ବ୍ୟାପକ କ୍ଷୟକ୍ଷତି । ଅଧିକ ପଢନ୍ତୁ...
ବର୍ତ୍ତମାନ ଦୁଧିଆଣି ରେଞ୍ଜର ମତା ଜଙ୍ଗଲରେ ୧୮ ଟିକିଆ ହାତୀପଲ ଥିବାବେଳେ ଠାକୁରମୁଣ୍ଡା ରେଞ୍ଜର ଖୋଜୁରିଆ ଜଙ୍ଗଲରେ ୯ ଟିକିଆ ହାତୀପଲ ରହିଥିବା ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ଶୁକ୍ରବାର ରାତିରେ କରଞ୍ଜିଆ ରେଞ୍ଜ ଅଧୀନରେ ଥିବା ମହୁଲିଆଶୁଲି ଗାଁର ରାଘବ ଚନ୍ଦ୍ର ନାଏକ, ରାଉତାଲିପାଟ ଗାଁର ଜେମା ଚାତାର ଓ ଚିକୁନୁ ମୁଣ୍ଡାଙ୍କ ଘର ହାତୀପଲ ଭାଙ୍ଗିଥିବା ବେଳେ ତୁଟିସାହି ଓ ପନିଷି ଗାଁରେ ଘର ଭାଙ୍ଗିବା ସହିତ ଧାନ ଏବଂ ଚାଉଳ ଖାଇ ଦେଇଛନ୍ତି । ଅନ୍ୟପଟେ ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଖୋଜୁରିଆ ଜଙ୍ଗଲରେ ୯ ଟିକିଆ ହାତୀପଲ ଥିବାବେଳେ ଗତ ଦୁଇ ଦିନ ହେବ ପଡିଆବେଡା ଓ ଖଣ୍ଡବନ୍ଧ ପଞ୍ଚାୟତ ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଛି । ପଡିଆବେଡା, ଆମ୍ବବେଡା, ଚତୁରିସାହି ଅଞ୍ଚଳରେ ଧାନ ବିଲ ନଷ୍ଟ କରିବା ସହ ବାଡି ବଗିଚାରେ ମକା, ପଣସ ଓ ପନିପରିବା ନଷ୍ଟ କରୁଛନ୍ତି । ଯାହାକୁ ନେଇ ସ୍ଥାନୀୟ ବାସିନ୍ଦା ଏକପ୍ରକାର ଆତଙ୍କିତ ଅବସ୍ଥାରେ ରହିଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ