ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥମୁନି ହାତୀ ଆତଙ୍କ। ହେଲେ ଏହି ହାତୀଙ୍କୁ ବନ ବିଭାଗ ନୁହେଁ ସ୍ଥାନୀୟ କିଛି ଯୁବକ ଘଉଡାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ତାହା ପୁଣି ବିନା ଭୟରେ।
ଥମୁନି ହାତୀ ଆତଙ୍କ - mayurbhanj news
ମୟୂରଭଞ୍ଜ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥମୁନି ହାତୀ ଆତଙ୍କ। ହେଲେ ଏହି ହାତୀଙ୍କୁ ବନ ବିଭାଗ ନୁହେଁ ସ୍ଥାନୀୟ କିଛି ଯୁବକ ଘଉଡାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଯାହାକୁ ନେଇ ସାଧାରଣ ଲୋକ ଓ ହାତୀଙ୍କ ସୁରକ୍ଷା ଉପରେ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ।
ଦିନ ଦ୍ବିପ୍ରହରେ ଏଭଳି ଅଭାବନୀୟ ଘଟଣା ଘଟୁଥିବାବେଳେ ବନ ବିଭାଗ କିମ୍ବା ଅନ୍ୟ କେହି ଏହି ଯୁବକଙ୍କୁ ବାରଣ କରିନାହାଁନ୍ତି। ହେଲେ ବନ ବିଭାଗ ଏବଂ ହାତୀଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେପଟେ ହାତୀଙ୍କୁ ଏପରି ଆକ୍ରମଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପରିବେଶବିତ୍। ପଶୁଙ୍କୁ ମାନସିକ, ଶାରୀରିକ ନିର୍ଯ୍ୟାତନା ଦେଉଥିବା ଯୁବକଙ୍କୁ ଉଚିତ୍ ଦଣ୍ଡ ଦେବା ସହ କାର୍ଯ୍ୟରେ ଅବହେଳା କରୁଥିବା ବନ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି। ଅପରପକ୍ଷେ କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ବାଇଶି ଟିକିଆ ହାତୀପଲ ଏକର ଏକର ଜମିରେ ଚାଷ ହୋଇଥିବା ଧାନ ଫସଲ ଖାଇ ନଷ୍ଟ କରିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ