ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବିଶୋଇ ରେଞ୍ଜ ଅଧିନସ୍ଥ ସରଗଡାରେ ଗାଁ ମୁହାଁ ହାତୀପଲ। ଏହି ହାତୀ ପଲରେ 8ଟି ହାତୀ ଥିବା ବେଳେ ଗୋଟିଏ ଦନ୍ତା, 2ଟି ମାଇ ଓ 3ଟି ଛୁଆ ଥିବା ଜଣାପଡ଼ିଛି। ସରଗଡା ଜଙ୍ଗଲରେ ବାଘ ଆତଙ୍କ ଚଳାଇଥିବା ବେଳେ ତା’ ନିକଟରୁ ହାତୀ ପଲ ନିଜ ଛୁଆକୁ ରକ୍ଷା କରିବା ପାଇଁ ଏବେ ଗାଁ ମୁହାଁ ହୋଇଛନ୍ତି। ସେପଟ, ବନ ବିଭାଗ ହାତୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ ଥିବାବେଳେ ନିକଟସ୍ଥ ଗାଁରେ ଭୟର ବାତାବରଣ ଖେଳିଯାଇଛି।
ଗାଁ ମୁହାଁ ହାତୀପଲ, ଖେଳିଯାଇଛି ଆତଙ୍କ - ଗାଁ ମୁହାଁ ହାତୀପଲ, ହାତୀ ଆତଙ୍କ
ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବିଶୋଇ ରେଞ୍ଜ ଅଧିନସ୍ଥ ସରଗଡାରେ ଗାଁ ମୁହାଁ ହାତୀପଲ। ବନ ବିଭାଗ ହାତୀ ଘଉଡାଇବା କାର୍ଯ୍ୟରେ ନିୟୋଜିତ ଥିବାବେଳେ ନିକଟସ୍ଥ ଗାଁରେ ଭୟର ବାତାବରଣ ଖେଳିଯାଇଛି।
ଗାଁ ମୁହାଁ ହାତୀପଲ
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ