ଓଡିଶା

odisha

ETV Bharat / state

ଫେରିଲେ ୨୨ ଟିକିଆ ଝାଡଖଣ୍ଡୀ ହାତୀପଲ, ଦଳିଦେଲେ ଧାନ ଫସଲ - Elephant terror in Rairangpur

ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆରେ ଆତଙ୍କ ସୃଷ୍ଟି କରିଛନ୍ତି ଝାଡଖଣ୍ଡୀ ୨୨ ଟିକିଆ ହାତୀପଲ । ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବାବେଳେ ଲୋକେ ଆତଙ୍କିତ ହୋଇ ରହିଥିବା ଜଣାପଡିଛି ।

ଫେରିଲେ ୨୨ ଟିକିଆ ଝାଡଖଣ୍ଡୀ ହାତୀପଲ, ଦଳିଦେଲେ ଧାନ ଫସଲ

By

Published : Nov 24, 2019, 2:47 PM IST

ରାଇରଙ୍ଗପୁର: କିଛି ଦିନର ବିରତି ପରେ ମୟୂରଭଞ୍ଜକୁ ଫେରିଲା ହାତୀ ଆତଙ୍କ । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଆତଙ୍କ ସୃଷ୍ଟି କରିଛନ୍ତି ଝାଡଖଣ୍ଡୀ ୨୨ ଟିକିଆ ହାତୀପଲ । ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବାବେଳେ ଲୋକେ ଆତଙ୍କିତ ହୋଇ ରହିଥିବା ଜଣାପଡିଛି ।

ଫେରିଲେ ୨୨ ଟିକିଆ ଝାଡଖଣ୍ଡୀ ହାତୀପଲ, ଦଳିଦେଲେ ଧାନ ଫସଲ

ସୂଚନାନୁଯାୟୀ, ଶନିବାର ବିଳମ୍ବିତ ରାତିରେ କରଞ୍ଜିଆ ବନଖଣ୍ଡ ଘରମାବେଡା ଆଖ ପାଖ ଗ୍ରାମରେ 22ଟିକିଆ ଝାଡଖଣ୍ଡୀ ହାତୀ ପସି ଆସିଥିଲେ । ଜଙ୍ଗଲ ନିକଟରେ ଥିବା ଧାନ ଫସଲ ଖାଇ ଯିବା ସହିତ ଦଳି ଚଟକି ନଷ୍ଟ କରିବା ବେଳେ ବ୍ୟାପକ କ୍ଷୟକ୍ଷତି କରିଥିବା ଦେଖିବାକୁ ମିଳିଛି ।

ତେବେ ଗତକାଲିଠୁ ଜଙ୍ଗଲ ବିଭାଗର ଏ ଯାଏଁ ଦେଖାନାହିଁ । ଯାହାଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଥିବା ଦେଖିବାକୁ ମିଳିଛି । ସେହିପରି ବିଭିନ୍ନ ସମୟରେ ବନବିଭାଗର ଅବହେଳା ସାମ୍ନାକୁ ଆସିଥିବା ବେଳେ ବନ ବିଭାଗ ପକ୍ଷରୁ ହାତୀ ଘଉଡେଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details