ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ 24ଟିକିଆ ହାତୀପଲଙ୍କ ଉପଦ୍ରବ, ଭାଙ୍ଗିଲେ 3 ଘର

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ହାତୀପଲ 3ଟି ଘର ଭାଙ୍ଗିବା ସହିତ ଆସବାବପତ୍ର ନଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

Elephant terror in Mayurbhanj, broke 3 houses
ମୟୂରଭଞ୍ଜରେ ହାତୀ ଉପଦ୍ରବ, 3ଟି ଘର ଭାଙ୍ଗିବା ସହ ଆସବାବପତ୍ର ନଷ୍ଟ

By

Published : Dec 13, 2020, 2:29 PM IST

ରାଇରଙ୍ଗପୁର:ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ପୁଣି ରବିବାର ଝାଡଖଣ୍ଡି ହାତୀପଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି । କରଞ୍ଜିଆ ଅନ୍ତର୍ଗତ କିଛି ଗ୍ରାମରେ ହାତୀପଲ ପଶି 3ଟି ଘର ଭାଙ୍ଗିଛନ୍ତି ।

ମୟୂରଭଞ୍ଜରେ ହାତୀ ଉପଦ୍ରବ, 3ଟି ଘର ଭାଙ୍ଗିବା ସହ ଆସବାବପତ୍ର ନଷ୍ଟ

ମିଳିଥିବା ସୂଚନା ଅନୁସାରେ, ଆଠ ଦିନ ବ୍ୟବଧାନ ପରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ପୁଣି ଝାଡ଼ଖଣ୍ଡି ହାତୀପଲ ଫେରିଥିବା ବେଳେ ଏହି ହାତୀପଲରେ ୨୪ଟି ହାତୀ ଥିବା ଜଣାପଡ଼ିଛି । ଏହି ହାତୀପଲ କରଞ୍ଜିଆ ରେଞ୍ଜ ଅନ୍ତର୍ଗତ ଶୁକୃଳି ବ୍ଲକର ଅର୍ଜୁନବିଲ୍ଲା ଗ୍ରାମରେ ଗୋଟିଏ ଓ ଘାଗି ଗ୍ରାମରେ ଦୁଇଟି ଘର ଭାଙ୍ଗିଥିବା ବେଳେ ଆସବାବପତ୍ର ମଧ୍ୟ ନଷ୍ଟ କରିଛନ୍ତି ।

ସେପଟେ ତିନି ଭାଗ ହୋଇ ହାତୀପଲ ପୃଥକ ପୃଥକ ସ୍ଥାନରେ ରହିଛନ୍ତି । ହାତୀପଲ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ପାଚିଲା ଧାନ ଫସଲ ଖାଇଯିବା ସହିତ ଦଳି ଚକଟି ନଷ୍ଟ କରିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଅନ୍ୟପଟେ ଗ୍ରାମବାସୀମାନେ ଆତଙ୍କିତ ଅବସ୍ଥାରେ ରହୁଥିବା ବେଳେ ହାତୀପଲଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details