ଓଡିଶା

odisha

ETV Bharat / state

କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ, ନଷ୍ଟ କରୁଛନ୍ତି ଏକର ଏକର ଫସଲ

କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ । ୪ରୁ ୫ ଦିନର ହାତୀ ଛୁଆ ଥିବାରୁ ଅନ୍ୟତ୍ର ଯାଉ ନାହାଁନ୍ତି ହାତୀପଲ । ୧୦ ରୁ ଉର୍ଦ୍ଧ୍ବ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ହାତୀପଲ । ଅଧିକ ପଢନ୍ତୁ

elephant terror
elephant terror

By ETV Bharat Odisha Team

Published : Sep 4, 2023, 3:03 PM IST

elephant terror

ରାଇରଙ୍ଗପୁର: କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ । ଦନ୍ତା ହାତୀ ଆତଙ୍କରେ ଆତଙ୍କିତ ଅଞ୍ଚଳବାସୀ । ବାରମ୍ବାର ଜଙ୍ଗଲୀ ହାତୀ ଆସିବା କାରଣରୁ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ଲୋକେ । ଗତ ୫ ଦିନ ମଧ୍ୟରେ ୨୩ ଟିକିଆ ହାତୀପଲ ୧୦ରୁ ଉର୍ଦ୍ଧ୍ବ ଘର ଭାଙ୍ଗିବା ସହ ବ୍ୟାପକ କ୍ଷୟକ୍ଷତି କରିଥିବା ଜଣାପଡିଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ସୂଚନା ମୁତାବକ, ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଦେଖାଦେଇଛି । ୪ରୁ ୫ ଦିନର ଏକ ହାତୀ ଛୁଆ ପାଖରେ ରହିଥିବା ବେଳେ ଅନ୍ୟତ୍ର ଯାଉ ନାହାଁନ୍ତି ହାତୀପଲ । ତେଣୁ ୫ ଦିନ ମଧ୍ୟରେ ହାତୀପଲ ୧୦ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି କରିଥିବା ବେଳେ ଧାନ ଫସଲ ଖାଇବା ସହ ନଷ୍ଟ କରୁଛନ୍ତି । ଅନ୍ୟପଟେ କରଞ୍ଜିଆ ବନଖଣ୍ଡରେ ଏବେ ୩୪ଟି ହାତୀ ଥିବାର ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ୩୪ଟି ହାତୀ ମଧ୍ୟରୁ କରଞ୍ଜିଆ ବନଖଣ୍ଡର ଦୁଧିଆଣି ରେଞ୍ଜ, ଠାକୁରମୁଣ୍ଡା ରେଞ୍ଜ ଏବଂ ସାତକୋଶିଆ ରେଞ୍ଜ୍‌ର ବିଭିନ୍ନ ଗ୍ରାମରେ ଉପଦ୍ରବ ଚଳାଇଛନ୍ତି । ହେଲେ ବର୍ତ୍ତମାନ ଠାକୁରମୁଣ୍ଡା ରେଞ୍ଜ୍‌ର ପୋଳିଆବେଡା, ବାଲିପୋଷି, ଅନ୍ଧାରିଖମନ, ଚତୁରୀସାହି ଆଦି ଗ୍ରାମ ଗୁଡ଼ିକରେ ଗତ ୫ଦିନ ହେବ ୨୩ ଟିକିଆ ଝାଡଖଣ୍ଡି ହାତୀପଲ ୧୦ରୁ ଊର୍ଦ୍ଧ୍ବ ଘର ଭାଙ୍ଗିବା ସହିତ ବ୍ୟାପକ କ୍ଷୟକ୍ଷତି କରିବା ସହିତ ଘରେ ଥିବା ଧାନ ଚାଉଳ ଖାଇ ଦେଇଛନ୍ତି ।

ସେହିପରି ଉକ୍ତ ଅଞ୍ଚଳରେ ଏକର ଏକର ଧାନ ଫସଲ ମଧ୍ୟ ପ୍ରତ୍ୟେକ ଦିନ ନଷ୍ଟ କରି ଚାଲୁଥିବା ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ହାତୀ ପଲରେ ଗୋଟିଏ ୪ରୁ ୫ଦିନର ଛୋଟ ଶାବକ ହାତୀ ଥିବାରୁ ହାତୀମାନେ ସେ ଅଞ୍ଚଳରୁ ଆଉ କୁଆଡ଼େ ଯାଇ ପାରୁ ନାହାଁନ୍ତି । ଫଳରେ ଆଖ ପାଖ ୧୦ରୁ ୧୫ଟି ଗ୍ରାମରେ ହାତୀ ଉପଦ୍ରବ ଯୋଗୁଁ ଆତଙ୍କିତ ଅବସ୍ଥାରେ ରହୁଛନ୍ତି ଗ୍ରାମବାସୀ । ଅନ୍ୟପଟେ ସାତକୋଶିଆ ରେଞ୍ଜ୍‌ର ବିଭିନ୍ନ ଗ୍ରାମରେ ୪ଟି ହାତୀ ଉପଦ୍ରବ କରୁଥିବା ବେଳେ ଦୁଧିଆଣି ରେଞ୍ଜର ବିଭିନ୍ନ ଗ୍ରାମରେ ୭ଟି ହାତୀ ଉପଦ୍ରବ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବଣାଇରେ ଆତଙ୍କ ଖେଳାଇଛି ଦନ୍ତା: ଘର ଭାଙ୍ଗୁଛି, ଫସଲ ନଷ୍ଟ କରୁଛି

ତେବେ ହାତୀମାନଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ଥିଲେ ବି ହାତୀମାନେ ଗ୍ରାମରେ ପଶି ବ୍ୟାପକ କ୍ଷୟ କ୍ଷତି କରୁଛନ୍ତି । ଯାହା ଫଳରେ ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ପଡ଼ିଛନ୍ତି ଅଞ୍ଚଳବାସୀ । ସେପଟେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ଚାଷ କାର୍ଯ୍ୟ ବାଧା ସୃଷ୍ଟି ହୋଇଥିବା ବେଳେ ବର୍ତ୍ତମାନ ହାତୀ ଉପଦ୍ରବ ଯୋଗୁଁ ଚାଷୀଙ୍କ ମୁଣ୍ଡରେ ବୋଝ ଉପରେ ନଳିତା ବିଡା ପଡ଼ିଲାଣି । ତେଣୁ ବନବିଭାଗ ହାତୀମାନଙ୍କ ଉପରେ ତୀକ୍ଷଣ୍ ନଜର ରଖିବା ସହିତ ଘଉଡାଇବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details