ଓଡିଶା

odisha

ETV Bharat / state

ପୁଣି ମୟୂରଭଞ୍ଜରେ ଝାଡ଼ଖଣ୍ଡ ହାତୀ ଉପଦ୍ରବ - ହାତୀ ଉପଦ୍ରବ ମୟୂରଭଞ୍ଜ

ଛତିଶଗଡରୁ ଦନ୍ତାହାତୀ ପଶି ଆସି ମୟୂରଭଞ୍ଜରେ ବ୍ୟାପକ କ୍ଷୟକ୍ଷତି କରିଛି । ଖବର ପାଇ ବନବିଭାଗ ପହଞ୍ଚି ହାତୀକୁ ଘଉଡାଇବାରେ ସକ୍ଷମ ହୋଇଛି । ଅଧିକ ପଢନ୍ତୁ...

ପୁଣି ମୟୂରଭଞ୍ଜରେ ଝାଡ଼ଖଣ୍ଡୀ ହାତୀ ଉପଦ୍ରବ
ପୁଣି ମୟୂରଭଞ୍ଜରେ ଝାଡ଼ଖଣ୍ଡୀ ହାତୀ ଉପଦ୍ରବ

By

Published : Jan 24, 2021, 7:24 PM IST

Updated : Jan 24, 2021, 7:59 PM IST

ବାରିପଦା: ମୟୂରଭଞ୍ଜରେ ଥମୁନି ହାତୀ ଉପଦ୍ରବ । ଜିଲ୍ଲାର ରାସଗୋବିନ୍ଦପୁର ରେଞ୍ଜ ନଳଗଜା ଗାଁ ଭିତରେ ଝାରଖଣ୍ଡି ଦନ୍ତାହାତୀର ତାଣ୍ଡବରେ ଭୟଭୀତ ଗ୍ରାମବାସୀ । ଜନବସତି ମଧ୍ୟକୁ ପସି ହାତୀ କରୁଛନ୍ତି ଉପଦ୍ରବ । ଚିନ୍ତାରେ ଅଞ୍ଚଳବାସୀ । ଗତ କିଛିଦିନ ହେବ ଜିଲ୍ଲାରେ ହାତୀପଲ ଧାନ, ଫସଲ ଉଜାଡୁ ଥିବାବେଳେ ବର୍ତ୍ତମାନ ଘର ଭିତରେ ପସି ଭଙ୍ଗାରୁଜା କରୁଛନ୍ତି ।

ପୁଣି ମୟୂରଭଞ୍ଜରେ ଝାଡ଼ଖଣ୍ଡ ହାତୀ ଉପଦ୍ରବ

ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର ବିଭିନ୍ନ ଅଞ୍ଚଳରେ ଝାଡ଼ଖଣ୍ଡୀ ହାତୀପଲ ଡେରା ପକାଇ ଉତ୍ପାତ ଚଲାଇ ବ୍ୟାପକ କ୍ଷୟକ୍ଷତି ସାଙ୍ଗକୁ ଭଙ୍ଗାରୁଜା କରୁଥିବା ଅଭିଯୋଗ ହୋଇଆସୁଛି । ଏହାରି ମଧ୍ୟରେ ପୁଣି ଆଜି(ରବିବାର) ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ନଳଗଜା ଗାଁ ଭିତରେ ପଶି ଉପଦ୍ରବ କରିଛି ଦନ୍ତାହାତୀ । ଏନେଇ ଖବର ପ୍ରଚାର ହେବାପରେ ସକାଳୁ ସକାଳୁ ହାତୀ ଦେଖିବା ପାଇଁ ସ୍ଥାନୀୟ ଲୋକଙ୍କ ବେଶ୍ ଭିଡ ଲାଗିଥିଲା । ତେବେ ହାତୀ ଉପଦ୍ରବରେ ଅଞ୍ଚଳର ବିଭିନ୍ନ ଚାଷ ନଷ୍ଟ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ଖବରପାଇ ରେଞ୍ଜରଙ୍କ ନେତୃତ୍ବରେ ସ୍ଥାନୀୟ ବନବିଭାଗ କର୍ମଚାରୀମାନେ ହାତୀକୁ ଅନ୍ୟତ୍ର ପଠାଇ ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Jan 24, 2021, 7:59 PM IST

ABOUT THE AUTHOR

...view details