ବାରିପଦା : ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ବୈଶିଙ୍ଗା- ମାଣିତ୍ରୀ ରାସ୍ତାରେ ଦନ୍ତା ହାତୀର ଉତ୍ପାତ। ଘଣ୍ଟା ଘଣ୍ଟା ଧରି ଦନ୍ତା ହାତୀ ରାସ୍ତା ଅବରୋଧ କରିବା ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଥିଲା ।
ଦନ୍ତା ଉତ୍ପାତ, ରାସ୍ତାରେ ଅଟକି ରହିଲା ଶହ ଶହ ଗାଡି - mayurbhanja district news
ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ବୈଶିଙ୍ଗା- ମାଣିତ୍ରୀ ରାସ୍ତାରେ ଦନ୍ତା ହାତୀର ଉତ୍ପାତ ଫଳରେ ରାସ୍ତାରେ ଅଟକି ରହିଲା ଶହ ଶହ ଗାଡି । ଆସିଲେନି ବନ କର୍ମଚାରୀ, ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ । ଅଧିକ ପଢନ୍ତୁ...
ଶିମିଳିପାଳ ଅଭୟାରଣ୍ୟରୁ ଆସିଥିବା ୧୯ଟି ହାତୀ ଏବେ ବେତନଟୀ ଓ ରାସଗୋବିନ୍ଦପୁର ରେଞ୍ଜରେ ଉତ୍ପାତ ଜାରି ରଖିଛନ୍ତି। ହାତୀଙ୍କ ଉପଦ୍ରବରେ ଅତିଷ୍ଠ ହେଲେଣି ଜିଲ୍ଲାବାସୀ । ତେବେ ସୋମବାର ଦଳରୁ ଅଲଗା ହୋଇଯାଇଥିବା ଏକ ଦନ୍ତା ହାତୀ ବେତନଟୀ ରେଞ୍ଜ ବୈଶିଙ୍ଗାରୁ ମାଣିତ୍ରୀ ଯାଇଥିବା ରାସ୍ତାର ବଡାମ ଠାକୁରାଣୀ ନିକଟରେ ରାସ୍ତା ଉପରକୁ ଚାଲି ଆସିବା ସହ ଅଵରୋଧ କରିବା ଫଳରେ ଘଣ୍ଟା ଘଣ୍ଟା ଧରି ଯାତାୟାତ ଠପ ହୋଇଯାଇଥିଲା। ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ଅଟକି ରହିଥିଲା। ତେବେ ବନ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ନ ଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଥିଲା। ଦନ୍ତାଟି ରାସ୍ତା ଉପରେ ଉତ୍ପାତ କରିବା ପରେ ନିକଟସ୍ଥ ଗାଁ ଭିତରେ ଚାଲି ଯାଇଥିବା ଦେଖିବାକୁ ମିଳିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ