ରାଇରଙ୍ଗପୁର: ଥମିବାର ନାଁ ଧରୁନି ହାତୀ ଉପଦ୍ରବ । କରଞ୍ଜିଆ ବନଖଣ୍ଡରେ ପୁଣି ଦେଖାଦେଇଛି ହାତୀ ଆତଙ୍କ । ବନଖଣ୍ଡର ଦୁଧିଆଣି ରେଞ୍ଜ ଅଧୀନରେ ଥିବା ଦରୀ ଗ୍ରାମରେ ହାତୀ ପଲ ପଶି ଭାଙ୍ଗିଲେ 4ରୁ ଉର୍ଦ୍ଧ୍ବ ଘର । ହାତୀ ପଲରେ 22 ଟି ହାତୀ ଥିବା ସୂଚନା । ହାତୀ ପଲକୁ ଘଉଡାଇବାରେ ବନବିଭାଗ ବିଫଳ ହେବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି ।
ପୁଣି କରଞ୍ଜିଆରେ ହାତୀ ଆତଙ୍କ, ଭାଙ୍ଗିଲେ 4ରୁ ଉର୍ଦ୍ଧ୍ବ ଘର - କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ
କରଞ୍ଜିଆ ବନଖଣ୍ଡରେ ପୁଣି ଦେଖାଦେଇଛି ହାତୀ ଆତଙ୍କ । ବନଖଣ୍ଡର ଦୁଧିଆଣି ରେଞ୍ଜ ଅଧୀନରେ ଥିବା ଦରୀ ଗ୍ରାମରେ ହାତୀ ପଲ ପଶି ଭାଙ୍ଗିଲେ 4ରୁ ଉର୍ଦ୍ଧ୍ବ ଘର ।
![ପୁଣି କରଞ୍ଜିଆରେ ହାତୀ ଆତଙ୍କ, ଭାଙ୍ଗିଲେ 4ରୁ ଉର୍ଦ୍ଧ୍ବ ଘର](https://etvbharatimages.akamaized.net/etvbharat/prod-images/768-512-4241388-thumbnail-3x2-elephant.jpg)
ଡିଜାଇନ ଫଟୋ
ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
ସୂଚନା ଥାଉକି, ବିଗତ 26 ଦିନରେ ହାତୀ ପଲ 40ରୁ ଉର୍ଦ୍ଧ୍ବ ଘର ଭାଙ୍ଗିଛନ୍ତି । ଏହା ସହ ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଯାଇଛି । ତେବେ ପୁଣି ହାତୀଙ୍କର ଏପରି ଉପଦ୍ରବ ହେବାରୁ ବନଖଣ୍ଡବାସୀ ଭୟଭୀତ ହୋଇଯାଇଛି ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ