ଓଡିଶା

odisha

ETV Bharat / state

କରଞ୍ଜିଆ ବନଖଣ୍ଡରେ ହାତୀଙ୍କ ଉତ୍ପାତ: କୋବି ଫସଲ ନଷ୍ଟ, ଆକ୍ରମଣରେ ଜଣେ ଗୁରୁତର - Elephant herd damaged crops in rairangpur

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ । ହାତୀପଲଙ୍କୁ ଘଉଡାଇବାବେଳେ ଜଣେ ଗୁରୁତର । ଅଧିକ ପଢନ୍ତୁ...

hati atanka
ହାତୀ ଆକ୍ରମଣରେରେ ଯୁବକ ଗୁରୁତର

By

Published : Dec 26, 2019, 12:02 PM IST

ରାଇରଙ୍ଗପୁର: ପୁଣି ହାତୀ ଆକ୍ରମଣରେରେ ଯୁବକ ଗୁରୁତର । ଦୁଇଟି ଘର ଭାଙ୍ଗିବା ସହ ବ୍ୟାପକ କୋବି ଫସଲ ନଷ୍ଟ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ।

ଜିଲ୍ଲାରେ ଥମିବାର ନାଁ ଧରୁନି ହାତୀ ଆକ୍ରମଣ । ଗୁରୁବାର ବିଳମ୍ବିତ ରାତିରେ ଦେଖିବାକୁ ମିଳିଛି ହାତୀ ଆତଙ୍କ । ୨୨ ଟିକିଆ ହାତୀପଲ ମହୁଲିଆଶୁଳି ଗାଁ ଜଙ୍ଗଲରୁ ବାହାରି କାଶିପାଳ ଗାଁରେ ପଶି ଦୁଇଟି ଘର ଭାଙ୍ଗିବା ସହିତ ବ୍ୟାପକ କୋବି ଫସଲ ନଷ୍ଟ କରିଛନ୍ତି । ସେତିକି ନୁହଁ ହାତୀଙ୍କୁ ଘଉଡାଇବାବେଳେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି ।

ହାତୀ ଆକ୍ରମଣରେରେ ଯୁବକ ଗୁରୁତର

ଆହତ ଜଣକ ହେଲେ ଖଣ୍ଡିଆଦର ଗାଁର ମାଧୋ ମହାନ୍ତ । ସେ ଗାଁରେ ହାତୀ ପଶି ଯାଉଥିବା ଦେଖି ଘଉଡାଇବାବେଳେ ଗାତରେ ଖସି ପଡିବାରୁ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପ୍ରଥମେ ଶୁକ୍ରୁଳୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

ତେବେ ଆଜକୁ ୨୬ ଦିନଧରି ହାତୀ ଉପଦ୍ରବରେ ଅତିଷ୍ଠ ହୋଇ ଲୋକେ ଭୟଭୀତ ହୋଇ ରହୁଥିବାବେଳେ ବନ ବିଭାଗର ହାତୀ ଘଉଡେଇବା ସମସ୍ତ ଉଦ୍ୟମ ଫେଲ ମାରିଛି । ତେବେ ବର୍ତ୍ତମାନ ହାତୀପଲ ଗରମାବେଡା ସଂରକ୍ଷିତ ଜଙ୍ଗଲରେ ଥିବା ଜଣାପଡିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details