ରାଇରଙ୍ଗପୁର : ପୁଣି କରଞ୍ଜିଆ ବନଖଣ୍ଡକୁ ଫେରିଲେ ଝାଡଖଣ୍ଡି ହାତୀପଲ । କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ ଥମିବାର ନାଁ ନେଉନଥିବା ବେଳେ ପୁଣି ଚାରି ଦିନ ବ୍ୟବଧାନ ପରେ ରରୁଆଁ ଅଞ୍ଚଳକୁ ପୁଣି ଆସିଲେ 17 ଟିକିଆ ଝାଡଖଣ୍ଡି ହାତୀ ପଲ ।
ଫେରିଲେ ଝାଡଖଣ୍ଡି ହାତୀପଲ, ଘର ଭାଙ୍ଗି ଖାଇଗଲେ ଧାନ ଚାଉଳ - ଫେରିଲେ ଝାଡଖଣ୍ଡି ହାତୀପଲ କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ
କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ । 17 ଟିକିଆ ଝାଡଖଣ୍ଡି ହାତୀପଲ ଗ୍ରାମର ପଶି ବ୍ୟାପକ ପରିମାଣରେ ଧାନ ଚାଉଳ ନଷ୍ଟ କରିବା ସହ ଘର ଗୁଡିକ ଭଙ୍ଗାରୁଜା କରିଛନ୍ତି । ଅଧିକ ପଢନ୍ତୁ..
![ଫେରିଲେ ଝାଡଖଣ୍ଡି ହାତୀପଲ, ଘର ଭାଙ୍ଗି ଖାଇଗଲେ ଧାନ ଚାଉଳ ଫେରିଲେ ଝାଡଖଣ୍ଡି ହାତୀପଲ, ଘର ଭାଙ୍ଗି ଖାଇଗଲେ ଧାନ ଚାଉଳ](https://etvbharatimages.akamaized.net/etvbharat/prod-images/768-512-8038526-thumbnail-3x2-rai.jpg)
ଫେରିଲେ ଝାଡଖଣ୍ଡି ହାତୀପଲ, ଘର ଭାଙ୍ଗି ଖାଇଗଲେ ଧାନ ଚାଉଳ
ଫେରିଲେ ଝାଡଖଣ୍ଡି ହାତୀପଲ, ଘର ଭାଙ୍ଗି ଖାଇଗଲେ ଧାନ ଚାଉଳ
ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡରେ ଗତ ବିଳମ୍ବିତ ରାତିରେ ରରୁଆଁ ବ୍ଲକ ମେଣ୍ଢାମୁଣ୍ଡି ଗ୍ରାମରେ ପଶି ଘର ଭାଙ୍ଗିବା ସହିତ ଗଚ୍ଛିତ ଧାନ, ଚାଉଳ ଖାଇ ଯାଇଥିଲେ ହାତୀପଲ । ସେହିପରି ଖୁଣ୍ଟାପଡା ଗ୍ରାମରେ ମଧ୍ୟ ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଇ ବ୍ୟାପକ ପରିମାଣରେ ନଷ୍ଟ କରିଛନ୍ତି । ବନ ବିଭାଗ ପକ୍ଷରୁ ହାତୀ ମାନଙ୍କୁ ଘଉଡ଼ାଇବା ଉଦ୍ୟମ କରିଥିଲେ ମଧ୍ୟ ହାତୀପଲ ଭାଗ ଭାଗ ହେବା ଫଳରେ ହାତୀ ପଲଙ୍କୁ ଘଉଡ଼ାଇବାରେ ସମସ୍ୟା ହୋଇଥିଲା ବୋଲି କହିଛନ୍ତି ବିଭାଗୀୟ ଅଧିକାରୀ ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ