ରାଇରଙ୍ଗପୁର: କରଞ୍ଜିଆ ବନଖଣ୍ଡରେ ପୁଣି ହାତୀ ଆତଙ୍କ ଦେଖିବାକୁ ମିଳିଛି । ଏକ ୨୨ ଟିକିଆ ହାତୀପଲ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ କରଞ୍ଜିଆ ରେଞ୍ଜ ଓ ଦୁଧିଆଣି ରେଞ୍ଜ ଅଧୀନରେ ଥିବା କଦମବେଡା,ରସମତଳା, କାଲିକାପୁର, ପକାମୁଣ୍ଡା, ଛାଞ୍ଚବଣି ପ୍ରଭୃତି ଗାଁରେ ପଶିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି । ଏହା ସତ୍ତ୍ବେ ବନବିଭାଗ ହାତୀ ଘଉଡାଇବା ପାଇଁ କୌଣସି ବ୍ୟବସ୍ଥା ନ କରିଥିବାରୁ ଅସନ୍ତୋଷ ଦେଖିବାକୁ ମିଳିଛି ।
କରଞ୍ଜିଆରେ ହାତୀ ଉପଦ୍ରବ, ଏକର ଏକର ଫସଲ ନଷ୍ଟ
କରଞ୍ଜିଆ ବନଖଣ୍ଡରେ ପୁଣି ହାତୀ ଆତଙ୍କ । ଏକ ୨୨ ଟିକିଆ ହାତୀପଲ କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ କରଞ୍ଜିଆ ରେଞ୍ଜ ଓ ଦୁଧିଆଣି ରେଞ୍ଜ ଅଧୀନରେ ଥିବା କଦମବେଡା,ରସମତଳା, କାଲିକାପୁର, ପକାମୁଣ୍ଡା, ଛାଞ୍ଚବଣି ପ୍ରଭୃତି ଗାଁରେ ପଶିବା ସହ ବ୍ୟାପକ କ୍ଷୟକ୍ଷତି କରିଛନ୍ତି ।
ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର
ହାତୀପଲ ଜଙ୍ଗଲରୁ ବାହାରି ଗାଁ ଗୁଡିକରେ ବ୍ୟାପକ ଫସଲ କ୍ଷତି କରିବା ସହ ଜଙ୍ଗଲକୁ ପଳାଇ ଯାଇଛନ୍ତି । ବନବିଭାଗ ହାତୀ ଘଉଡାଇବାରେ ବିଫଳତା ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସହ ଅସନ୍ତୋଷ ସୃଷ୍ଟି କରିଛି । ସେପଟେ ବିପଦ ସଙ୍କୁଳ ଅବସ୍ଥାରେ ଗାଁ ଲୋକେ ହାତୀ ଘଉଡାଇବା ଦେଖିବାକୁ ମିଳିଛି । ହାତୀ ଆକ୍ରମଣ କରିବା ଭୟରେ ଲୋକେ ସନ୍ଧ୍ୟା ପରେ ନିରାପଦ ସ୍ଥାନକୁ ଯାଇ ଆଶ୍ରୟ ନେଉଥିବା ଦେଖାଯାଇଛି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ