ଓଡିଶା

odisha

ETV Bharat / state

କରଞ୍ଜିଆରେ ଥମୁନି ହାତୀ ଆତଙ୍କ: ଭାଙ୍ଗିଲେ ଘର ଖାଇଲେ ଫସଲ - elephant destroyed 2 house in rairangpur

ଗତ ଦୁଇଦିନ ମଧ୍ୟରେ 22ଟିକିଆ ହାତୀପଲ କରଞ୍ଜିଆରେ ୮ଟି ଘର ଭାଙ୍ଗିଥିବା ଜଣାପଡିଛି । ଦିନକୁ ଦିନ ମୟୁରଭଞ୍ଜ କରଞ୍ଜିଆ ବନଖଣ୍ଡ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀପଲଙ୍କ ଆତଙ୍କ ବଢି ଚାଲିଛି ।

elephant destroyed
ଥମୁନି ହାତୀ ଆତଙ୍କ

By

Published : Dec 24, 2019, 12:45 PM IST

Updated : Dec 24, 2019, 3:05 PM IST

ରାଇରଙ୍ଗପୁର: କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ପୁଣି ହାତୀ ଆତଙ୍କ । 2ଟି ଘର ଭାଙ୍ଗିବା ସହ ନଷ୍ଟ କଲେ ପରିବା ଚାଷ । ଏହାସହ କଲନ୍ଦା ଗ୍ରାମରେ ବ୍ୟାପକ ପରିବା ଚାଷ ଦଳି ଚକଟି ନଷ୍ଟ କରିବା ସହ ପରିବା ଖାଇ ଯାଇଛନ୍ତି ହାତୀପଲ।

ଗତ ଦୁଇଦିନ ମଧ୍ୟରେ ଏହି ହାତୀପଲ ୮ ଟି ଘର ଭାଙ୍ଗିଥିବା ଜଣାପଡିଛି । ଗତ କିଛିଦିନ ହେବ ମୟୁରଭଞ୍ଜ କରଞ୍ଜିଆ ବନଖଣ୍ଡ ଅଞ୍ଚଳର ବିଭିନ୍ନ ଗ୍ରାମରେ ହାତୀପଲଙ୍କ ଆତଙ୍କ ବଢି ବଢି ଚାଲିଛି ।

ଥମୁନି ହାତୀ ଆତଙ୍କ

ତେବେ ଗତକାଲି(ସୋମବାର) ବିଳମ୍ବିତ ରାତିରେ କରଞ୍ଜିଆ ବନଖଣ୍ଡ ଶୁକୃଳି ବ୍ଲକ ଅଧିନରେ ଥିବା ପଣଶି ଗାଁରେ ପଶି ୧୭ ଟିକିଆ ହାତୀପଲ ବ୍ୟାପକ ଧାନ ଖାଇବା ସହ ୨ ଟି ଘର ଭାଙ୍ଗିଥିବା ଜଣାପଡିଛି । ଏହାସହ ଘରେ ଲାଗିଥିବା ଲୁହା ଗ୍ରୀଲକୁ ହାତୀ ଭାଙ୍ଗି ଦେଇଥିବା ସୂଚନା ମିଳିଛି ।

ଖାଦ୍ୟ ଅନ୍ବେଷଣରେ ଆସି ଏହି ହାତୀପଲ ଘରମାବେଡା ସଂରକ୍ଷିତ ଜଙ୍ଗଲରେ ଥୁବା ଜଣାପଡ଼ିଛି । ଗତ ୨୪ଦିନ ମଧ୍ୟରେ ହାତୀପଲ କରଞ୍ଜିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ପଶି ଏକର ଏକର ଧାନ ଫସଲ ନଷ୍ଟ କରିବା ସହିତ ୨ ଜଣଙ୍କୁ ମାରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସେହିପରି ୨୫ ଟିରୁ ଅଧିକ ଘର ମଧ୍ୟ ଭାଙ୍ଗିଥିବା ବନବିଭାଗ ପକ୍ଷରୁ ସୂଚନା ରହିଥିବାବେଳେ ବନ ବିଭାଗ ହାତୀ ଦାଉରୁ ଲୋକଙ୍କୁ ସୁରକ୍ଷା ଦେଇ ପାରୁ ନଥିବା ଲୋକେ ଅଭିଯୋଗ କରିଛନ୍ତି ।

ରାଇରଙ୍ପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Dec 24, 2019, 3:05 PM IST

ABOUT THE AUTHOR

...view details