ଓଡିଶା

odisha

By

Published : Dec 23, 2019, 11:33 AM IST

ETV Bharat / state

କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ; ସ୍କୁଲ, ଫସଲ ନଷ୍ଟ

ଏକ 22 ଟିକିଆ ହାତୀପଲ ଗାଁ ଭିତରେ ପଶି ବ୍ୟାପକ ଧାନ ଫସଲ, ସ୍କୁଲ ଘର ଓ କଦଳୀ ଗଛ ନଷ୍ଟ କରିଛନ୍ତି ।

Elephant destroy house
କରଞ୍ଜିଆରେ ହାତୀ ଆତଙ୍କ

ରାଇରଙ୍ଗପୁର : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ପୁଣି ଦେଖାଦେଇଛି ହାତୀ ଆତଙ୍କ । ଏକ 22 ଟିକିଆ ହାତୀପଲ ଗାଁ ଭିତରେ ପଶି ବ୍ୟାପକ ଧାନ ଫସଲ ଓ କଦଳୀ ଗଛ ନଷ୍ଟ କରିଛନ୍ତି । ଏହାସହ ଏକ ସ୍କୁଲଘର କାନ୍ଥ ଭାଙ୍ଗିବା ସହ ୬ ଟି ଘର ଭାଙ୍ଗିଥିବା ଜଣାପଡିଛି ।

କରଞ୍ଜିଆରେ ହାତୀ ଆତଙ୍କ

ସୂଚନା ଅନୁସାରେ, ରବିବାର ବିଳମ୍ବିତ ରାତିରେ କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ରାଉତାଳିପାଟ, ବେଗୁନାବିନ୍ଧା ଗ୍ରାମରେ ଏହି ହାତୀପଲ ପଶି ଉତ୍ପାତ କରିଥିବା ଦେଖିବାକୁ ମିଳିଛି । ତେବେ ଏହି ହାତୀପଲ ସୁନାପୋଷି ସଂରକ୍ଷଣ ଜଙ୍ଗଲରେ ଥିବା ଜଣାପଡ଼ିଛି। ଗତ ୨୪ଦିନ ମଧ୍ୟରେ ହାତୀପଲ କରଞ୍ଜିଆ ଅଞ୍ଚଳର ବିଭିନ୍ନ ଗ୍ରାମରେ ପଶି ଏକର ଏକର ଧାନ ଫସଲ ନଷ୍ଟ କରିବା ସହିତ ୨ ଜଣଙ୍କୁ ଦଳି ଦେଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।

ସେହିପରି ୨୦ ରୁ ଉର୍ଦ୍ଧ୍ବ ଘର ମଧ୍ୟ ଭାଙ୍ଗିଥିବା ବନବିଭାଗ ପକ୍ଷରୁ ସୂଚନା ରହିଛି । ଦୁଇ ଦିନ ପୂର୍ବରୁ ହାତୀ ଘର ଭାଙ୍ଗିବା ନେଇ କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଥିବା ସତ୍ତ୍ବେ ବି ବନ ବିଭାଗର ଚେତା ପଶୁ ନଥିବା ଅଭିଯୋଗ ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details