ଓଡିଶା

odisha

ETV Bharat / state

ଶିମିଳିପାଳ ଅଭୟାରଣ୍ୟରେ ମାଈ ହାତୀ ମୃତ - ଶିମିଳିପାଳ ଅଭୟାରଣ୍ୟ

ପୁଣି ଏକ ମାଈ ହାତୀର ମୃତଦେହ ଠାବ। ଶିମିଳିପାଳ ଅଭୟାରଣ୍ୟର ଦେବକୁଣ୍ଡ ଜଳପ୍ରପାତ ନିକଟରେ ହାତୀର ମୃତଦେହ ପଡ଼ିଥିବା ଦେଖି ଗ୍ରାମବାସୀ ବନବିଭାଗକୁ ଖବର ଦେଇଥିଲେ। ପରେ ବନବିଭାଗ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

ମାଈ ହାତୀ ମୃତ
ମାଈ ହାତୀ ମୃତ

By

Published : Dec 9, 2019, 11:49 PM IST

ବାରିପଦା: ମାଈ ହାତୀର ମୃତଦେହ ଠାବ। ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଜେନାବିଲା ରେଞ୍ଚ ଅଧିନସ୍ଥ ପର୍ଯ୍ୟଟନସ୍ଥଳୀ ଦେବକୁଣ୍ଡ ଜଳପ୍ରପାତର ବାମ ପାର୍ଶ୍ୱରେ ଏକ ହାତୀ ମରି ପଡିଛି।

ସ୍ଥାନୀୟ ଗ୍ରାମବାସୀଙ୍କ କହିବା ଅନୁଯାୟୀ ହାତୀର ମୃତ୍ୟୁ ପାଞ୍ଚରୁ ଛଅ ଦିନ ହେବ ହୋଇଛି। ଏ ଘଟଣା ବାବଦରେ ଅଞ୍ଚଳବାସୀ ଖବର ଦେବା ପରେ ବନବିଭାଗ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ହାତୀର ବୟସ ଆଠରୁ ନଅ ବର୍ଷ ହେବ ବୋଲି ଜଣାପଡିଛି। ଏହା ଏକ ମାଈ ହାତୀ ହୋଇଥିବାବେଳେ, ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details