ଓଡିଶା

odisha

ETV Bharat / state

କୂଅରେ ପଡି଼ ମାଈ ହାତୀର ମୃତ୍ୟୁ - ରାଇରଙ୍ଗପୁରରେ ହାତୀ ମୃତ୍ୟୁ

କୂଅରେ ପଡି଼ ମାଈ ହାତୀର ମୃତ୍ୟୁ । ବାରଟିକିଆ ହାତୀପଲ ଧାନ ଫସଲ ଖାଇବା ଉଦ୍ଦେଶ୍ୟରେ ଗାଁକୁ ଆସିଥିଲେ । ଉକ୍ତ ହାତୀପଲଙ୍କ ମଧରୁ ଗୋଟିଏ ମାଈ ହାତୀ ଗାଁ ନିକଟ କୂଅରେ ଖସିପଡି ମୃତ୍ୟୁବରଣ କରିଛି । ଅଧିକ ପଢନ୍ତୁ

କୂଅରେ ଖସି ମାଈହାତୀର ମୃତ୍ୟୁ
କୂଅରେ ଖସି ମାଈହାତୀର ମୃତ୍ୟୁ

By

Published : Nov 2, 2022, 7:30 PM IST

ରାଇରଙ୍ଗପୁର:କୂଅରେ ପଡି଼ ମାଈ ହାତୀର ମୃତ୍ୟୁ । ଧାନ ଫସଲ ଖାଇବା ଉଦ୍ଦେଶ୍ୟରେ ଗାଁକୁ ଆସିଥିଲେ ହାତୀପଲ । ତେବେ କୂଅରେ ଖସି ପଡିଥିଲା ମାଈ ହାତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ରାଇରଙ୍ଗପୁର ରେଞ୍ଜ ସାରଣ୍ଡା ଜଙ୍ଗଲ ନିକଟ ଦଳେଇଡ଼ିହି ଗ୍ରାମରେ ।

କୂଅରେ ଖସି ମାଈହାତୀର ମୃତ୍ୟୁ

ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତ୍ରିରେ ବାର ଟିକିଆ ହାତୀପଲ ଧାନ ଫସଲ ଖାଇବା ଉଦ୍ଦେଶ୍ୟରେ ଗାଁ ନିକଟକୁ ଆସିଥିଲେ । ଉକ୍ତ ହାତୀପଲଙ୍କ ମଧରୁ ଗୋଟିଏ ମାଈ ହାତୀ ଗାଁ ନିକଟ କୂଅରେ ଖସି ପଡିଥିଲା । ଅନ୍ୟ ହାତୀମାନେ ଅନେକ ସମୟ ପର୍ଯ୍ୟନ୍ତ କୂଅ ପାଖରେ ଜଗି ରହିଥିଲେ ମଧ୍ୟ ଉଦ୍ଧାର କରି ନ ପାରି ଶେଷରେ ସେ ସ୍ଥାନ ଛାଡି ବିଶୋଇ ରେଞ୍ଜ ଅନ୍ତର୍ଗତ ଜଙ୍ଗଲକୁ ପଳାଇ ଯାଇଥିଲେ । ତେବେ ସକାଳୁ ଗାଁ ଲୋକେ କୂଅରେ ଏକ ହାତୀ ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ। ଏନେଇ ଖବର ପାଇ ରାଇରଙ୍ଗପୁର ଏସିଏଫ ନବୀନ ଚନ୍ଦ୍ର ନାୟକଙ୍କ ସମେତ ବନ ବିଭାଗ ଅଧିକାରୀ ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲା ।

ଏନେଇ ଡାକ୍ତରୀ ଦଳ ହାତୀକୁ ମୃତ ଘୋଷଣା କରିବା ପରେ ଏକ ଜେସିବି ମେସିନ ସାହାଯ୍ୟରେ ମୃତ ହାତୀକୁ କୂଅରୁ ଉଦ୍ଧାର କରାଯାଇଥିଲା । ତେବେ ହାତୀଟିର ବୟସ ପାଖାପାଖି ୨୫ ବର୍ଷ ହୋଇଥିବା ବେଳେ ପୋଷ୍ଟମାର୍ଟମ ପରେ ହାତୀଟିକୁ ଗାତରେ ପୋତି ଦିଆଯିବ ବୋଲି ସୂଚନା ଦେଇଛନ୍ତି ରାଇରଙ୍ଗପୁର ACF ନବୀନ ଚନ୍ଦ୍ର ନାଏକ । ସେପଟେ ହାତୀ ମୃତ୍ୟୁ ଘଟଣା ପ୍ରଚାରିତ ପରେ ସ୍ଥାନୀୟ ଅଞ୍ଚଳରେ ଦୁଃଖଦ ପରିବେଶ ଦେଖାଦେଇଛି ।

ଇଟିଭି ଭାରତ, ରାଇରଙ୍ଗପୁର

ABOUT THE AUTHOR

...view details