ଓଡିଶା

odisha

ETV Bharat / state

ମୟୂରଭଞ୍ଜରେ ହାତୀ ଆତଙ୍କ: ଘର ଭାଙ୍ଗିବା ସହ ବ୍ୟାପକ ଧାନଫସଲ ନଷ୍ଟ - village

ଗାଁ ମୁହାଁ ଜଙ୍ଗଲୀ ହାତୀ । ଦିନ ସାରା ଜଙ୍ଗଲରେ ରହି ରାତିରେ ଗାଁ ଭିତରେ ପଶି ଅନେକ କ୍ଷୟକ୍ଷତି କରୁଛନ୍ତି ହାତୀଦଳ। ରାସଗୋବିନ୍ଦପୁର ରେଞ୍ଜର ସମାଇଡ଼ିହି ଗାଁରେ ହାତୀ ପଶି ତିନୋଟି ଘର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଖବର ମିଳିଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା,ମୟୂରଭଞ୍ଜ

By

Published : Apr 11, 2019, 10:27 PM IST

ମୟୂରଭଞ୍ଜ : ମୟୂରଭଞ୍ଜରେ ମାତିଛନ୍ତି ଜଙ୍ଗଲୀ ହାତୀ । ଗାଁ ଭିତରକୁ ହାତୀ ଦଳ ଦଳ ହୋଇ ପଶି ଅନେକ କ୍ଷୟକ୍ଷତି କରୁଛନ୍ତି । ରାସଗୋବିନ୍ଦପୁର ରେଞ୍ଜର ସମାଇଡ଼ିହି ଗାଁରେ ହାତୀ ପଶି ତିନୋଟି ଘର ଭାଙ୍ଗିବା ସହ ବ୍ୟାପକ ଧାନ ଫସଲ ନଷ୍ଟ କରିଥିବା ଖବର ମିଳିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ମୟୂରଭଞ୍ଜ

ଝାଡଖଣ୍ଡ ଡାଲମା ଜଙ୍ଗଲରୁ ଆସିଥିବା ଏହି ହାତୀପଲରେ ଅଛନ୍ତି ୯ଟି ହାତୀ । ହାତୀପଲ ଦିନବେଳେ ଜଙ୍ଗଲରେ ରହିଥିବାବେଳେ ରାତିହେଲେ ଗାଁ ମୁହାଁ ହେଉଛନ୍ତି। ସମାଇଡ଼ିହି ଗାଁରେ ହାତୀ ରାତିରେ ତିନିଜଣଙ୍କ ଘର ଭାଙ୍ଗିଥିବାବେଳେ ଘରେ ଥିବା ଆସବାବପତ୍ର ଭାଙ୍ଗି ନଷ୍ଟ କରିଛନ୍ତି।

କେବଳ ଏତିକି ନୁହେଁ, ଘରେ ରଖାଯାଇଥିବା ମହୁଲ ମଧ୍ୟ ଖାଇ ଯାଇଛନ୍ତି ଏହି ହାତୀପଲ। ରାସଗୋବିନ୍ଦପୁର ରେଞ୍ଜର ସମାଇଡ଼ିହି, ଡାଙ୍ଗରବିଲା, ଗଡିଗାଁ ଅଞ୍ଚଳରେ ଏକର ଏକର ଧାନ ଚାଷ ମଧ୍ୟ ନଷ୍ଟ କରିଛନ୍ତି। ରାତିହେଲେ ହାତୀ ପାଇଁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହୁଥିବାବେଳେ ଏ ସବୁ ଅଞ୍ଚଳରେ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରହୁଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ

For All Latest Updates

ABOUT THE AUTHOR

...view details