ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଜାରି ରହିଛି ହାତୀ ଉପଦ୍ରବ । ଦିନକୁ ଦିନ ବାରିପଦା ବନଖଣ୍ଡରେ ବୃଦ୍ଧି ପାଇବାରେ ଲାଗିଛି ହାତୀଙ୍କ ଦୌରାତ୍ମ୍ୟ । ବାରିପଦା ବନଖଣ୍ଡ ଅନ୍ତର୍ଗତ ରାସଗୋବିନ୍ଦପୁର ରେଞ୍ଜ ଏବଂ ବେତନଟୀ ରେଞ୍ଜରେ ଝାଡଖଣ୍ଡ ଦଲମା ଜଙ୍ଗଲରୁ ଆସିଥିବା ୪୦ ରୁ ଉର୍ଦ୍ଧ୍ବ ହାତୀ ଏବେ ଧାନ ଅମଳ ସମୟରେ ଚାଷୀଙ୍କ ଏକର ଏକର ଚାଷ ଜମି ନଷ୍ଟ କରୁଥିବା ଦେଖିବାକୁ ମିଳିଛି।
ବାରିପଦା ବନଖଣ୍ଡରେ ହାତୀ ଦୌରାତ୍ମ୍ୟ, ଚିନ୍ତାରେ ଚାଷୀ - ମୟୂରଭଞ୍ଜ
ବାରିପଦା ବନଖଣ୍ଡରେ ବୃଦ୍ଧି ପାଇବାରେ ଲାଗିଛି ହାତୀଙ୍କ ଦୌରାତ୍ମ୍ୟ । ରାସଗୋବିନ୍ଦପୁର ରେଞ୍ଜ ଏବଂ ବେତନଟୀ ରେଞ୍ଜରେ ଝାଡଖଣ୍ଡ ଦଲମା ଜଙ୍ଗଲରୁ ଆସିଥିବା ୪୦ରୁ ଉର୍ଦ୍ଧ୍ବ ହାତୀ ଏବେ ଅମଳ ସମୟରେ ଚାଷୀଙ୍କ ଏକର ଏକର ଚାଷ ଜମି ନଷ୍ଟ କରୁଥିବା ଦେଖିବାକୁ ମିଳିଛି। ଅଧିକ ପଢନ୍ତୁ...

ବାରିପଦା ବନଖଣ୍ଡରେ ହାତୀଙ୍କ ଦୌରାତ୍ମ୍ୟ, ଚିନ୍ତାରେ ଚାଷୀ
ବାରିପଦା ବନଖଣ୍ଡରେ ହାତୀଙ୍କ ଦୌରାତ୍ମ୍ୟ, ଚିନ୍ତାରେ ଚାଷୀ
ବେତନଟୀ ରେଞ୍ଜ ତୋଟାପଡା, ଅଁଳା, ତେନ୍ତୁଳିଗାଁ ଆଦି ଗାଁରେ ଚାଷୀଙ୍କ ପାଚିଲା ଧାନ ନଷ୍ଟ କରିଦେଇଛନ୍ତି ହାତୀପଲ। ତେବେ ଏହି ହାତୀପଲ ରାସଗୋବିନ୍ଦପୁର ରେଞ୍ଜ ଅସନବଣୀ, ଘୋଳମୁହାଁ, ଅସ୍ତିଆ ଗାଁ ଦେଇ ପଶ୍ଚିମବଙ୍ଗକୁ ଫେରିଥିବା ବେଳେ ଅନ୍ୟ ଏକ ହାତୀ ପଲ ବେତନଟୀ ରେଞ୍ଜ ଦେଇ ବାଲେଶ୍ଵର ଜିଲ୍ଲା ନିଳିଗିରି ଅଭିମୁଖେ ଯାଉଥିବା ଜଣାପଡିଛି। ଏନେଇ ବେତନଟୀ ବନବିଭାଗ ପକ୍ଷରୁ ହାତୀ ଘଉଡ଼ାଇ ପାଇଁ ଚେଷ୍ଟା ଜାରି ରହିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ