ଓଡିଶା

odisha

By

Published : Dec 15, 2019, 9:01 PM IST

ETV Bharat / state

ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଖାଇଲେ ଫସଲ

ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ । ହାତୀପଲ ଜନବସତିକୁ ଆସି ଘର ଭାଙ୍ଗିବା ସହ ବ୍ୟାପକ ଫସଲ ନଷ୍ଟ କରିଛନ୍ତି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

elephant
କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ

ରାଇରଙ୍ଗପୁର: ପୁଣି ମାତିଲେ ହାତି। ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ହାତୀ ଉପଦ୍ରବ ଥମିବାର ନାଁ ଧରୁନି । ରବିବାର କରଞ୍ଜିଆ ବନଖଣ୍ଡ ଅଧିନସ୍ଥ କୁଦରବିସ୍ତା, ମଣଦା, ସାନ ପଳସା, ଦୟାପୋଷିରେ ହାତୀପଲ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିବା ସହିତ ତିନୋଟି ଘର ଭାଙ୍ଗିଥିବା ଅଭିଯୋଗ ହୋଇଛି।

କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ

22ଟି ହାତୀ ଜଙ୍ଗଲରୁ ପଳେଇ ଆସି ଚାଷ ଜମିରେ ବ୍ୟାପକ ଧାନ ଫସଲ ନଷ୍ଟ କରି ପୁଣି ଜଙ୍ଗଲକୁ ଫେରିଯାଇଛନ୍ତି । ଗତ କିଛି ଦିନ ହେବ କରଞ୍ଜିଆ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରୁଥିଲେ ମଧ୍ୟ ହାତୀଙ୍କୁ ଘଉଡାଇବାରେ ବନବିଭାଗ ବିଫଳ ହୋଇଛି। ଆଗାମୀ ଦିନରେ ଯଦି ହାତୀ ଘଉଡେଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାନଯାଏ, ତାହେଲେ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details