ଓଡିଶା

odisha

ETV Bharat / state

୬୧ ନମ୍ବର ରାଜ୍ୟ ରାଜପଥରେ ଗଜରାଜ ଆତଙ୍କ - elephant create problems in road of mayurbhanj

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର ୬୧ ନମ୍ବର ରାଜ୍ୟ ରାଜପଥ ରେ ଝାରଖଣ୍ଡି ହାତୀ ର ରାଜ। ଗଜରାଜ କୁ ରାଜ ରାସ୍ତାରେ ଦେଖି ଲୋକେ ଭୟଭୀତ। ଅଧିକ ପଢନ୍ତୁ...

elephant create problems in road of mayurbhanj
୬୧ ନମ୍ବର ରାଜ୍ୟ ରାଜପଥରେ ଗଜରାଜଙ୍କ ଆତଙ୍କ

By

Published : May 31, 2021, 10:48 PM IST

ବାରିପଦା:ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜର ୬୧ ନମ୍ବର ରାଜ୍ୟ ରାଜପଥରେ ଝାଡଖଣ୍ଡି ହାତୀର ରାଜ। ଗଜରାଜକୁ ରାଜରାସ୍ତାରେ ଦେଖି ଲୋକେ ଭୟଭୀତ।

୬୧ ନମ୍ବର ରାଜ୍ୟ ରାଜପଥରେ ଗଜରାଜଙ୍କ ଆତଙ୍କ

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଧିନ ଅମରଦା-ବାରିପଦା ମୁଖ୍ୟ ରାସ୍ତାରେ ଝାଡ଼ଖଣ୍ଡୀ ଦନ୍ତା ହାତୀ ଯାଉଥିବା ଦେଖି ଲୋକମାନେ ଭୟଭୀତ ହୋଇପଡିଛନ୍ତି । ହଠାତ ରାସ୍ତାରେ ଦନ୍ତାହାତୀ ଦେଖି ଲୋକେ ଭୟଭୀତ ହୋଇ ପଡ଼ିଥିଲେ । ପାଖାପାଖି ୩ କିମି ମୁଖ୍ୟ ରାସ୍ତାରେ ଚାଲି ଚାଲିଯିବା ପରେ ଝାଡଖଣ୍ଡି ହାତୀ ସାରମୁଳା ଜଙ୍ଗଲକୁ ପ୍ରବେଶ କଲା ହାତୀ । ସ୍ଥାନୀୟ ଲୋକଙ୍କ ଠାରୁ ଆରମ୍ଭ କରି ରାସ୍ତା ଯାଉଥିବା ଲୋକମାନେ ଦନ୍ତାହାତୀକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ସବୁଠୁ ବଡ କଥା ହେଲା ମୁଖ୍ୟ ରାସ୍ତାରେ ଦନ୍ତାହାତୀ ଯାଉଥିବା ଖବର ବନବିଭାଗ କେମିତି ପାଇନଥିଲା । ତେବେ ସୂଚନା ଅନୁଯାୟୀ ଝାଡଖଣ୍ଡି ହାତୀ ୫ ରୁ ୬ ଦିନ ହେବ ସାରମୁଳା ଜଙ୍ଗଲରେ ରହିଥିବା ଜଣାପଡିଛି । ଝାରଖଣ୍ଡି ହାତୀକୁ ଘଉଡ଼ାଇ ବା ପାଇଁ ଅଞ୍ଚଳବାସୀ ବନବିଭାଗ କୁ ଦାବି କରିଛନ୍ତି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details