ରାଇରଙ୍ଗପୁର: ମୟୂରଭଞ୍ଜରେ ଏବେ ମାତିଛନ୍ତି ହାତୀପଲ । ଜଙ୍ଗଲ ଛାଡି ଜନବସତି ମୁହାଁ ହୋଇଛନ୍ତି ହାତୀପଲ । ଝାଡ଼ଖଣ୍ଡରୁ ଚାଲି ଆସିଥିବା ହାତୀପଲ ଆଜି ୨୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ମଶିଣାବିଲା ଛକରେ ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଥିଲେ । ଏହି ହାତୀପଲରେ ଥିଲେ ୧୧ଟି ହାତୀ । ଫଳରେ ରାସ୍ତାର ଦୁଇପାର୍ଶ୍ଵରେ ଗମନା ଗମନ ବନ୍ଦ ରହିବା ସହ ଯାନବାହାନ ଯାନବାହାନ ଚଳାଚଳ ଠପ୍ ହୋଇଯାଇଥିଲା ।
ମାତିଲେ ହାତୀ, ଜାତୀୟ ରାଜପଥକୁ ଅବରୋଧ କଲେ ହାତୀ ପଲ - ଜାତୀୟ ରାଜପଥରେ ହାତୀ ଆତଙ୍କ
ମୟୂରଭଞ୍ଜରେ ଥମିବାର ନାଁ ଧରୁନି ହାତୀ ଉପଦ୍ରବ। ୨୨୦ ନଂ ଜାତୀୟ ରାଜପଥ ମଶିଣାବିଲା ଛକ ଉପରେ ଦୀର୍ଘ ସମୟ ଧରି ଛିଡ଼ା ହୋଇ ରହିଲେ ହାତୀ । ଫଳରେ ଦୀର୍ଘ ସମୟ ଧରି ଯାନବାହାନ ଚଳାଚଳ ବନ୍ଦ ରହିଥିଲା । ଅଧିକ ପଢନ୍ତୁ
କିଛିଦିନ ହେବ କରଞ୍ଜିଆ ବନଖଣ୍ଡର ବିଭିନ୍ନ ସ୍ଥାନରେ ୨୩ ଟିକିଆ ଝାଡ଼ଖଣ୍ଡି ହାତୀପଲଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। କେତେବେଳେ ହାତୀପଲ ଫସଲ ନଷ୍ଟ କରି ଘରଦ୍ୱାର ଭାଙ୍ଗୁଛନ୍ତି ତ କେତେବେଳେ ଜନବସତିରେ ପଶି ଲୋକଙ୍କୁ ଆକ୍ରମଣ କରୁଛନ୍ତି । ହେଲେ ଝାଡ଼ଖଣ୍ଡୀ ହାତୀପଲଙ୍କୁ ଘୋଡାଇବାରେ ଅସମର୍ଥ ହେଉଛି ବନବିଭାଗ । ଆଜି ସକାଳୁ ଏହି ହାତୀପଲରୁ ୧୧ ଟି ହାତୀ ଦୁଧିଆଣି ରେଞ୍ଜ ଟଙ୍ଗାବିଲା ଜଙ୍ଗଲ ଦେଇ ଯାଇଥିବା ୨୨୦ ନଂ ଜାତୀୟ ରାଜପଥ ମଶିଣାବିଲା ଛକ ଉପରେ ଦୀର୍ଘ ସମୟ ଧରି ରାସ୍ତାରେ ଛିଡ଼ା ହୋଇ ରହିଥିଲେ । ହାତୀପଲକୁ ଘଉଡାଇବା ପାଇଁ ଉଭୟ ସ୍ଥାନିୟ ବାସିନ୍ଦା ଏବଂ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଅଭିଯାନ । ତେଣୁ ହାତୀପଲ କୁଆଡେ ନଯାଇ ଦୀର୍ଘ ସମୟ ଧରି ରାସ୍ତାରେ ଠିଆ ହୋଇ ରହିଥିଲେ। ଦୀର୍ଘ ସମୟ ପରେ ବନବିଭାଗ ସେଠାରୁ ହାତୀପଲଙ୍କୁ ଘୋଡାଇବା ପରେ ଯାନବାହାନ ଚଳାଚଳ ସ୍ବଭାବିକ ହୋଇଥିଲା । ସେପଟେ ହାତୀପଲକୁ ଦେଖିବା ନିମନ୍ତେ ନିକଟସ୍ଥ ଗାଁ ଲୋକଙ୍କ ଭିଡ଼ ଜମିଥିଲା ।
ହାତୀପଲଙ୍କ ଉପଦ୍ରବ ଯୋଗୁଁ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଦୁଧିଆଣୀ ରେଞ୍ଜ ଅଧୀନରେ ଥିବା କୁଇତା ନିକଟରେ ୨୩ ଟି ହାତୀ ଥିବାବେଳେ ଦରି ନିକଟରେ ଗୋଟିଏ ହାତୀ ଥିବା ନେଇ ସୂଚନା ଦେଇଛନ୍ତି କରଞ୍ଜିଆ ACF ଫାଲଗୁନି ବେହେରା ।