ବାରିପଦା: ହାତୀ ଭୟରେ ପ୍ରଭାବିତ ହେଉଛି ଲୋକଙ୍କ ଜୀବନଜୀବିକା । ମୟୂରଭଞ୍ଜ ଜିଲ୍ଲା ସାରସକଣା ଓ ବାଙ୍ଗରିପୋଷି ବ୍ଲକ ଅଞ୍ଚଳରେ ଲଗାତାର ହାତୀ ଉପଦ୍ରବ ଲୋକଙ୍କ ନିଦ ହଜାଇଦେଇଛି । ବର୍ଷତମାମ ଏହି ବ୍ଲକ ଅଞ୍ଚଳରେ ଶିମିଳିପାଳ ହାତୀପଲ ରହି ବିଭିନ୍ନ ସ୍ଥାନରେ ବିଚରଣ କରିବା ସହ ଉପଦ୍ରବ ଚଳାଇଥିବାରୁ ହାତୀପଲ ଉପଦ୍ରବରେ ଲୋକେ ଅତିଷ୍ଠ ହୋଇପଡିଲେଣି । ସନ୍ଧ୍ୟା ସମୟରେ 49 ନଂ ଜାତୀୟ ରାଜପଥ ବାଙ୍ଗରିପୋଷି ଦୁଆର ଶେଣୀ ଘାଟି ବିସୋଇ ନିକଟରେ ଦୁଇ ବସକୁ ଆକ୍ରମଣ କରିଛି ବଣୁଆ ହାତୀ ।
ଦୁଲନ ନାମକ ଏକ ଘରୋଇ ବସ୍ ରାଇରଙ୍ଗପୁରରୁ ବାରିପଦା ଅଭିମୁଖେ ଯାଉଥିବାବେଳେ, ଦନ୍ତା ହାତୀ ଆକ୍ରମଣରେ ବସ୍ର ମଧ୍ୟଭାଗକୁ ଦାନ୍ତ ସାହାଯ୍ୟରେ ଆକ୍ରମଣ କରିଥିବାବେଳେ, ପଛରେ ଆସୁଥିବା ଝୁନା ନାମକ ବସକୁ ମଧ୍ୟ ଆକ୍ରମଣ କରିଥିଲା । ତେବେ ବସ୍ରେ ଥିବା ଯାତ୍ରୀଙ୍କ କୌଣସି କ୍ଷତି ହୋଇନାହିଁ । ଯାହାଫଳରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି ।