ଓଡିଶା

odisha

ETV Bharat / state

ବେତନଟୀରେ ହାତୀ ଆତଙ୍କ, ଆକ୍ରମଣରେ ବୃଦ୍ଧ ଗୁରୁତର - ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ମୟୂରଭଞ୍ଜରେ ଥମୁନି ହାତୀ ଆତଙ୍କ । ବେତନଟୀ ରେଞ୍ଜ ଭାଲିଆଡିହା ପଞ୍ଚାୟତ ବନ୍ଧସାହି ଗ୍ରାମ ନିକଟରେ ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର । ଅଧିକ ପଢନ୍ତୁ.......

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର
ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

By

Published : May 27, 2021, 1:38 PM IST

ବାରିପଦା:ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର । ଏଭଳି ଏକ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବେତନଟି ରେଞ୍ଜ ଅଧିନସ୍ଥ ଭାଲିଆଡିହା ପଞ୍ଚାୟତ ବନ୍ଧସାହି ଗ୍ରାମରେ । ଗୁରୁତର ବୃଦ୍ଧ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ମଧୁ ମୁର୍ମୁ । ଗାଁ ନିକଟସ୍ଥ ଜଙ୍ଗଲକୁ ବୃଦ୍ଧ ଜଣଙ୍କ ସକାଳ ସମୟରେ ଶୌଚ ହେବା ପାଇଁ ଯାଇଥିବା ବେଳେ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀ ଖବର ପାଇ ବନ ବିଭାଗକୁ ଖବର ଦେଇଥିଲେ।

ହାତୀ ଆକ୍ରମଣରେ ବୃଦ୍ଧ ଗୁରୁତର

ତେବେ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧକୁ ଉଦ୍ଧାର କରି ଗୁରୁତର ଅବସ୍ଥାରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ସୂଚନା ଅନୁଯାୟୀ ଝାଡଖଣ୍ଡର ଦଲମା ଜଙ୍ଗଲରୁ ୨୦ରୁ ଉର୍ଦ୍ଧ୍ବ ହାତୀ ଆସିଥିବା ବେଳେ ରାସଗୋବିନ୍ଦପୁର ଏବଂ ବେତନଟି ରେଞ୍ଜରେ ଉତ୍ପାତ ମଚାଉଥିବାରୁ ବନବିଭାଗ ହାତୀ ଘଉଡ଼ାଇବାରେ ବିଫଳ ହୋଇଥିବା ଦେଖିବାକୁ ମିଳିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details