ଓଡିଶା

odisha

By

Published : Mar 22, 2022, 10:14 AM IST

Updated : Mar 22, 2022, 10:59 AM IST

ETV Bharat / state

ଫରେଷ୍ଟ ଗାର୍ଡଙ୍କୁ ଦଳିଦେଲା ଦନ୍ତା

ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ। ରାସଗୋବିନ୍ଦପୁର ରେଞ୍ଜର ଅନ୍ତର୍ଗତ ଅମରଦା ଫରେଷ୍ଟ ବିଟ୍ ଅଧିନ ବାଉଁଶୁଳି ଠାରେ ହାତୀ ଆକ୍ରମଣରେ ଜଣେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ ହୋଇଛି। ଅଧିକ ପଢ଼ନ୍ତୁ

elephant attack in rasagobindpur
ହାତୀ ଘଉଡ଼ାଇବା ବେଳେ ଫୋରେଷ୍ଟ ଗାର୍ଡଙ୍କୁ ଦଳିଦେଲା ଦନ୍ତାହାତୀ

ବାରିପଦା: ହାତୀ ଆକ୍ରମଣରେ ଫରେଷ୍ଟ ଗାର୍ଡଙ୍କ ମୃତ୍ୟୁ। ରାସଗୋବିନ୍ଦପୁର ରେଞ୍ଜ ଅନ୍ତର୍ଗତ ଅମରଦା ଫରେଷ୍ଟ ବିଟ୍ ଅଧିନ ବାଉଁଶୁଳି ଠାରେ ହାତୀ ଆକ୍ରମଣରେ ଜଣେ ଗାର୍ଡଙ୍କ ମୃତ୍ୟୁ ହୋଇଛି। ହାତୀପଲ ଘଉଡାଇବା ସମୟରେ ଦନ୍ତାର ଅତର୍କିତ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଫରେଷ୍ଟ ଗାର୍ଡଙ୍କୁ ଦଳିଦେଲା ଦନ୍ତା

ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ବାଁସୁଳି ଅଞ୍ଚଳରେ ଗତକାଲି ରାତିରେ ଦନ୍ତା ହାତୀପଲଙ୍କୁ ଘଉଡ଼ାଇବା ସମୟରେ ଫରେଷ୍ଟରଙ୍କୁ ହାତୀ ଆକ୍ରମଣ କରିଥିଲା । ଏହାପରେ ତାଙ୍କୁ ତୁରନ୍ତ ରାସଗୋବିନ୍ଦପୁର ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ବାରିପଦା ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ଫରେଷ୍ଟ ଗାର୍ଡ ଜଣକ ଉଦଳା ଅଞ୍ଚଳର ଚନ୍ଦ୍ରକାନ୍ତ ରାଉତ ହୋଇଥିବା ଜଣାପଡ଼ିଛି। ତେବେ ସୂଚନା ଅନୁଯାୟୀ ରାସଗୋବିନ୍ଦପୁର ରେଞ୍ଜରେ ୧୫୦ ରୁ ଉର୍ଦ୍ଧ୍ବ ହାତୀ ଅଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Mar 22, 2022, 10:59 AM IST

ABOUT THE AUTHOR

...view details