ଓଡିଶା

odisha

By

Published : Aug 2, 2021, 12:44 PM IST

ETV Bharat / state

ଛତୁ ତୋଳିବା ହେଲା କାଳ, ହାତୀ ଆକ୍ରମଣରେ ବୃଦ୍ଧା ମୃତ

ଛତୁ ଗୋଟାଇବା ହେଲା କାଳ । ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧାଙ୍କ ଜୀବନ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ରାଇରଙ୍ଗପୁର ବନଖଣ୍ଡରେ । ଅଧିକ ପଢନ୍ତୁ...

ଛତୁ ଆଣିବା ବେଳେ ଅଘଟଣ, ହାତୀ ଆକ୍ରମଣରେ ବୃଦ୍ଧା ମୃତ
ଛତୁ ଆଣିବା ବେଳେ ଅଘଟଣ, ହାତୀ ଆକ୍ରମଣରେ ବୃଦ୍ଧା ମୃତ

ରାଇରଙ୍ଗପୁର: ଛତୁ ଗୋଟାଇବାକୁ ଯାଇଥିବା ବେଳେ ଦଳିଦେଲା ହାତୀ । ହାତୀ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି । ତେବେ ଏଭଳି ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ଅଞ୍ଚଳରେ ଘଟିଛି ।

ଛତୁ ଆଣିବା ବେଳେ ଅଘଟଣ, ହାତୀ ଆକ୍ରମଣରେ ବୃଦ୍ଧା ମୃତ

ବାଦାମପାହାଡ଼ ରେଞ୍ଜ ଟିଆକାଟି ଗ୍ରାମର ସୁଖୀ ବାସ୍କେ ନାମକ ଜନୈକ ବୃଦ୍ଧା ସମେତ ଅନ୍ୟ 3ରୁ ୪ ଜଣ ମହିଳା ଛତୁ ସଂଗ୍ରହ କରିବାକୁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ । ତେବେ ସେଠାରେ ଏକ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ । ଅନ୍ୟମାନେ ଜୀବନ ବିକଳରେ ଦୌଡ଼ି ପଳାଇ ଯାଇଥିବା ବେଳେ ସୁଖିଙ୍କୁ ହାତୀଟି ଦଳି ଚକଟି ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି ।

ସେହିପରି ରାଇରଙ୍ଗପୁର ବନାଞ୍ଚଳ ଖଣ୍ଡାଡେରା ଗ୍ରାମର ସାଉନା ମାରାଣ୍ଡି ଶୌଚ ପାଇଁ ଯାଇଥିବା ବେଳେ ଉକ୍ତ ହାତୀ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସାଉନାଙ୍କ ଛାତି ଓ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ରାଇରଙ୍ଗପୁର ଡିଏଫଓଙ୍କ ନିର୍ଦ୍ଦେଶକ୍ରମେ ବାଦାମପାହାଡ ବନାଞ୍ଚଳ ଅଧିକାରୀ ରମାକାନ୍ତ ମାଝୀ, ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ଅନ୍ତର୍ଯାମୀ ମହାକୁଡ, ବନ ବିଭାଗ କର୍ମଚାରୀ ଓ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ଆବଶ୍ୟକୀୟ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ବନବିଭାଗ ପକ୍ଷରୁ ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details