ଓଡିଶା

odisha

ETV Bharat / state

କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ, ଭାଙ୍ଗିଲେ 15ରୁ ଉର୍ଦ୍ଧ୍ବ ଘର - କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଝାଡଖଣ୍ଡି ହାତୀପଲଙ୍କ ଆତଙ୍କ । ୧୫ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ସାରିଥିବା ବେଳେ ବ୍ୟାପକ ପରିମାଣର ଚାଉଳ ଖାଇ ନଷ୍ଟ କରିଦେଇଛନ୍ତି । ଅଧିକ ପଢନ୍ତୁ...

କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ, ଭାଙ୍ଗିଲେ 15ରୁ ଉର୍ଦ୍ଧ୍ବ ଘର
କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ, ଭାଙ୍ଗିଲେ 15ରୁ ଉର୍ଦ୍ଧ୍ବ ଘର

By

Published : Jul 18, 2020, 2:25 AM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥମୁନି ହାତୀ ଆତଙ୍କ । ଦୁଇ ତିନି ଦିନ ହେବ ୧୭ ଜଣିଆ ଝାଡଖଣ୍ଡି ହାତୀପଲ କରଞ୍ଜିଆ ବନଖଣ୍ଡ ଅଧିନସ୍ଥ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି କରିବା ସହିତ ୧୫ରୁ ଉର୍ଦ୍ଧ୍ବ ଘର ଭାଙ୍ଗି ସାରିଲେଣି ।

କରଞ୍ଜିଆ ବନଖଣ୍ଡରେ ହାତୀ ଆତଙ୍କ, ଭାଙ୍ଗିଲେ 15ରୁ ଉର୍ଦ୍ଧ୍ବ ଘର

ସେହିପରି ଗୁରୁବାର ବିଳମ୍ବିତ ରାତିରେ ଝାଡଖଣ୍ଡରୁ ୪ଟି ବଣୁଆ ହାତୀ ଆସି ରରୁଆଁ ବ୍ଲକ ଅନ୍ତର୍ଗତ ଅଙ୍ଗାରପଦା ଗ୍ରାମପଞ୍ଚାୟତ ଗୋଦାମ ଘର ଗେଟ ଭାଙ୍ଗି ବହୁ ପରିମାଣର ଚାଉଳ ଖାଇବା ସହିତ ବ୍ୟାପକ ଶସ୍ୟ ନଷ୍ଟ କରିଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ସାମାଜିକ ଦୂରତା ନମାନି ଶହଶହ ଲୋକ ରୁଣ୍ଡ ହୋଇ ଏହି ହାତୀପଲକୁ ଦେଖିବା ପାଇଁ ପ୍ରବଳ ଭିଡ଼ କରିବା ସହ ହାତୀ ଘଉଡାଇବାରେ ଲାଗିପଡିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details