ଓଡିଶା

odisha

ETV Bharat / state

ବିଦ୍ୟୁତ୍ କାଟକୁ ନେଇ ଉପଭୋକ୍ତା ଏବଂ ବିଦ୍ୟୁତ ବିଭାଗ କର୍ମଚାରୀ ମୁହାଁମୁହିଁ - udala electric cut problem

ଉଦଳା ନେସ୍କୋ କାର୍ଯ୍ୟାଳୟରେ ଉପଭୋକ୍ତା ଏବଂ ବିଦ୍ୟୁତ ବିଭାଗ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି ।

electric cut problem in mayurbhnja udala
ବିଦ୍ୟୁତ୍ କାଟକୁ ନେଇ ଉପଭୋକ୍ତା ଏବଂ ବିଦ୍ୟୁତ ବିଭାଗ କର୍ମଚାରୀ ମୁହାଁମୁହିଁ

By

Published : Mar 13, 2020, 10:50 AM IST

ବାରିପଦା: ବିଦ୍ୟୁତ୍ କାଟକୁ ନେଇ ବିବାଦ । ଏବେବି ଅନେକ ଉପଭୋକ୍ତାଙ୍କର ବିଜୁଳି ବିଲ ବାକି ରହିଥିବା ବେଳେ ବିଜୁଳି କାଟ କରିଥିଲା ବିଦ୍ୟୁତ ବିଭାଗ । ହେଲେ ବକେୟା ବିଜୁଳି ବିଲ ଦେବାକୁ କାର୍ଯ୍ୟାଳୟକୁ ଯାଇଥିବା ଉପଭୋକ୍ତା ଏବଂ ବିଦ୍ୟୁତ ବିଭାଗ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଉଦଳା ନେସ୍କୋ କାର୍ଯ୍ୟାଳୟରେ ।

ବିଦ୍ୟୁତ୍ କାଟକୁ ନେଇ ଉପଭୋକ୍ତା ଏବଂ ବିଦ୍ୟୁତ ବିଭାଗ କର୍ମଚାରୀ ମୁହାଁମୁହିଁ

ମୟୂରଭଞ୍ଜ ଜିଲ୍ଲା ଉଦଳା ନେସ୍କୋ ଡିଭିଜନ ଅନ୍ତର୍ଗତ କୁଟରିଂ ଗ୍ରାମରେ ଅନେକ ଉପଭୋକ୍ତାଙ୍କର ବିଜୁଳି ବିଲ ବାକି ରହିଥିଲା । ବକେୟା ବିଜୁଳି ବିଲ୍ ନ ଦେବାରୁ ଗତ ଗୁରୁବାର ଉଦଳା ବିଦ୍ୟୁତ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ସେଠାରେ ବିଜୁଳି କାଟ କରିଥିଲେ । ଏହାପରେ ଗାଁର କିଛି ଲୋକ ବକେୟା ବିଦ୍ୟୁତ ବିଲ୍ ଦେବା ପାଇଁ ନେସ୍କୋ କର୍ଯ୍ୟାଳୟକୁ ଯାଇଥିଲେ । ତେବେ ସେଠାରେ ବିଦ୍ୟୁତ ବିଲ ଦେବା ସମୟରେ ବିଜୁଳି କାଟ କାହିଁକି କରାଗଲା ବୋଲି ଉପଭୋକ୍ତା ଚନ୍ଦନ ବିଶ୍ବାଳ ବିଦ୍ୟୁତ ବିଭାଗ କର୍ମଚାରୀଙ୍କୁ ପଚାରିଥିଲେ ।

ଏହାପରେ ଆରମ୍ଭ ହୋଇଥିଲା ଉଭୟଙ୍କ ମଧ୍ୟରେ ବଚସା । ଏହି ବଚସାରେ ପରସ୍ପର ହାତାହାତି ହୋଇଥିଲେ । ବିଦ୍ୟୁତ ବିଭାଗର ଜେଇଇ ତାପସ କୁମାର ସାହୁ ଏବଂ ଦୁଇ ଜଣ କର୍ମଚାରୀ ଉପଭୋକ୍ତାଙ୍କ ମାଡରେ ଆହତ ହୋଇଥିବା ବେଳେ ଉପଭୋକ୍ତା ଚନ୍ଦନ ବିଶ୍ବାଳଙ୍କୁ ବିଦ୍ୟୁତ୍ ବିଭାଗ କର୍ମଚାରୀ ନିସ୍ତୁକ ମାଡ ମାରି ଗୁରୁତର କରିଥିବା ସେ କହିଛନ୍ତି।

ତେବେ ଚନ୍ଦନଙ୍କ ହାତ, ମୁଣ୍ଡ, ପାଟି ଏବଂ ଆଖିରେ ମାଡ ହୋଇ ଆଘାତ ଲାଗିଛି । ଉଭୟ ପକ୍ଷରୁ ଏନେଇ ଉଦଳା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି । ପୋଲିସ୍‌ ଅଭିଯୋଗକୁ ଆଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି ।ଅନ୍ୟପଟେ ଉପଭୋକ୍ତାଙ୍କ ଅଭିଯୋଗ ଯେ, ପ୍ରତ୍ୟେକ ମାସ ବିଲ ଆସିବା ପରିବର୍ତ୍ତେ ୩ ମାସକୁ ଥରେ ଲେଖାଏଁ ବିଲ ଆସୁଥିବାରୁ ବିଜୁଳି ବିଲ୍ ପ୍ରଦାନ କରାଯାଇ ପାରୁନାହିଁ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details