ଓଡିଶା

odisha

ETV Bharat / state

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ମୟୂରଭଞ୍ଜ ଜିଲ୍ଲା ରାମଚନ୍ଦ୍ରପୁର ଗାଁରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଘରେ କାମ କରୁଥିଲାବେଳେ ବିଦ୍ୟୁତ ଆଘାତ ପାଇଥିଲେ ।

By

Published : Oct 10, 2019, 9:10 PM IST

ଫଟୋ ସୌଜନ୍ୟ : ସମ୍ବାଦଦାତା, ମୟୁରଭଞ୍ଜ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ । ଘରେ କାମ କରୁଥିବାବେଳେ ବିଦ୍ୟୁତ ଆଘାତ ପାଇ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳା ମୃତ

ଉଦଳା ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗାଁରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି କରାନା ବାସ୍ଲେଙ୍କ ମୃତ୍ୟୁ ଘଟିଛି । ସେ ନିଜ ଘର ବାରଣ୍ଡାରେ କାମ କରୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇଥିଲେ । ପରିବାର ଲୋକେ ଗୁରୁତର ଅବସ୍ଥାରେ ମହିଳାଙ୍କୁ ଉଦଳା ଡାକ୍ତରଖାନାରେ ଭର୍ତି କରିଥିଲେ କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ବିଦ୍ୟୁତର ଆଘାତ ଏତେ ଜୋର ଥିଲା ଯେ ମହିଳାଙ୍କ ପିଠି ପୋଡି ଯାଇଥିବା ଦେଖିବାକୁ ମିଳିଛି ।

ଉଦଳା ପୋଲିସ ଖବର ପାଇ ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ଏବଂ ମୃତଦେହ ବ୍ୟବଚ୍ଛେଦ କରି ପରିବାର ବର୍ଗକୁ ହସ୍ତାନ୍ତର କରିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details