ବାରିପଦା:ବେଆଇନ ଭାବେ ଚୋରା ବାଲି ଚାଲାଣ ବେଳେ ୭ଟି ଟ୍ରାକ୍ଟରକୁ ଜବତ କଲା ପୋଲିସ। ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ବହୁଦିନ ଧରି ଏହି ଅଞ୍ଚଳରୁ ବାଲି ମାଫିଆମାନେ ବେଆଇନ ଭାବେ ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ତେବେ ଆଜି(ଶୁକ୍ରବାର) ବାଲି ଚାଲାଣ ହେଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଚଢ଼ାଉ କରିଥିଲା। ଟ୍ରାକ୍ଟର ସହ ଡ୍ରାଇଭରମାନଙ୍କୁ ଅଟକ ରଖିଛି ପୋଲିସ।
ମୟୁରଭଞ୍ଜ ଜିଲ୍ଲା ବଡସାହି ବ୍ଲକ ବଡ଼ସାହି ତହସିଲ୍ ଅଧିନରେ ବୁଢାବଳଙ୍ଗ ନଦୀ ପଠାରୁ ପ୍ରଚୁର ପରିମାଣରେ ବାଲି ଚାଲାଣ ହେଉଥିଲା। ଫଳରେ ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବ ହରି ଲୁଟ୍ ହେଉଥିଲା। ଏନେଇ ବାରମ୍ବାର ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ ହେଲେ ସୁଦ୍ଧା କୌଣସି ସୁଫଳ ମିଳୁନଥିବା ଅଭିଯୋଗ ହେଉଥିଲା। ଘଟଣାକୁ ନେଇ ବଡସାହି ପୋଲିସ ନିକଟରେ ମଧ୍ୟ ଅଭିଯୋଗ ହୋଇଥିଲା।