ଓଡିଶା

odisha

ETV Bharat / state

ଲକଡାଉନ ଯୋଗୁଁ ସଢୁଛି ଏକର ଏକର କ୍ୟାପ୍ସିକମ - ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ କେପ୍ସିକମ୍ ଚାଷ

ଚାରିଆଡେ ମହାମାରୀ କୋରୋନା ଆତଙ୍କ । କୋରୋନାକୁ ନେଇ ସାରା ଭାରତରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଯାହାର ପ୍ରଭାବରେ ଗାଡ଼ି ମୋଟର ଦୋକାନ ବଜାର ବନ୍ଦ ଥିବାବେଳେ ଏହାର ପ୍ରଭାବ ସିଧାସଳଖ ଚାଷୀଙ୍କ ଉପରେ ପଡିଛି। ଏ ନେଇ ସ୍ଥିତି ପରଖିବା ପାଇଁ ଆମ ଇଟିଭି ଭାରତ ଟିମ୍ ପହଞ୍ଚିଥିଲା ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକରେ। ଗ୍ରାମରେ ଏକର ଏକର ଜମିରେ ହୋଇଥିବା କାପ୍ସିକମ୍ ଚାଷ ଲକଡାଉନ୍ ପ୍ରଭାବରେ କେମିତି ନଷ୍ଟ ହେଉଛି ସେ ନେଇ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ।ଅଧିକ ପଢନ୍ତୁ...

effect-of-lockdown-an-acre-of-land-in-capsicum-farmer-in-mayurbhanj
ଲକଡାଉନ୍ ପ୍ରଭାବ ଏକର ଏକର ଜମିରେ ସଢୁଛି କେପ୍ସିକମ, ଚାଷୀ ହନ୍ତସନ୍ତ

By

Published : Apr 12, 2020, 8:58 PM IST

ରାଇରଙ୍ଗପୁର: ମହାମାରୀ କୋଭିଡ଼-19 କୁ ପ୍ରତିହତ କରିବା ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଲକ୍ ଡାଉନ୍ ଘୋଷଣା କରିଛନ୍ତି। ଯାହାର ପ୍ରଭାବରେ ଗାଡ଼ି ମଟର ଦୋକାନ ବଜାର ବନ୍ଦ ଥିବାବେଳେ ଏହାର ପ୍ରଭାବ ସିଧାସଳଖ ଚାଷୀଙ୍କ ଉପରେ ପଡିଛି। ଏ ନେଇ ସ୍ଥିତି ପରଖିବା ପାଇଁ ଆମ ଇଟିଭି ଭାରତ ଟିମ୍ ପହଞ୍ଚିଥିଲା ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ମଣଦା ଗ୍ରାମକୁ। ଗ୍ରାମରେ ଏକର ଏକର ଜମିରେ ହୋଇଥିବା କାପ୍ସିକମ୍ ଚାଷ ଲକଡାଉନ୍ ପ୍ରଭାବରେ କେମିତି ନଷ୍ଟ ହେଉଛି ସେନେଇ ଇଟିଭି ଭାରତର ସ୍ବତନ୍ତ୍ର ରିପୋର୍ଟ।

ଲକଡାଉନ୍ ପ୍ରଭାବ ଏକର ଏକର ଜମିରେ ସଢୁଛି କେପ୍ସିକମ, ଚାଷୀ ହନ୍ତସନ୍ତ

ସାରା ଦେଶ ଏବେ ଲକଡାଉନ ଗାଁ ଠୁ ସହର ବଜାରରୁ ହାଟ ସବୁଠି ଲକ ଡାଉନର ପ୍ରଭାବ କିନ୍ତୁ ପ୍ରକୃତରେ ପ୍ରଭାବିତ ହେଉଛନ୍ତି ଚାଷୀ। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ମଣଦା ଗ୍ରାମରେ । ଲାଲ ମୋହନ ବେହେରା ଜଣେ ସଫଳ ଚାଷୀ ଭାବେ ପରିଗଣିତ କିନ୍ତୁ ସିଏ ନିଜ ଚାଷକୁ ନେଇ କାନ୍ଦୁଛନ୍ତି। ମଣଦା ଗ୍ରାମର ଲାଲ ମୋହନ ବେହେରା ଆଖପାଖ ସାହୁକାରଙ୍କ ଠାରୁ ଲକ୍ଷାଧିକ ଟଙ୍କା ଧାର କରଜ କରି 3.5 ଏକର ଜମିରେ କେପ୍ସିକମ୍ ଚାଷ କରିଥିଲେ। ବିହନ, ସାର ଓ କୀଟନାଶକ ଔଷଧ ବାବଦକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥିଲେ। ଝାଳବୁହା ପରିଶ୍ରମ କରି ଜମିରେ ଫଳାଇଛନ୍ତି କୁଇଣ୍ଟାଲ କୁଇଣ୍ଟାଲ କାପ୍ସିକମ। ମାତ୍ର ଲକଡାଉନ୍ କାରଣରୁ କେପ୍ସିକମ୍ ଗୁଡିକ ପଡୋଶୀ ଜିଲ୍ଲା କି ପଡୋଶୀ ରାଜ୍ୟରେ ବିକ୍ରି ହୋଇ ପାରୁନାହିଁ। ଫଳରେ ଲକ୍ଷାଧିକ ଟଙ୍କା କ୍ଷତି ସହିବାକୁ ପଡୁଛି ।ସେପଟେ ଲକଡାଉନ୍ କାରଣରୁ କୌଣସି ଖୁଚୁରା ବ୍ୟବସାୟୀ କାପ୍ସିକମ୍ କିଣିବାକୁ କ୍ଷେତକୁ ମଧ୍ୟ ଆସୁନାହାଁନ୍ତି। ଅନ୍ୟପଟେ ପୋଲିସର ଲାଠି ମାଡ଼ ଯୋଗୁଁ ହାଟକୁ ଯାଇ ଖୁଚୁରା ମଧ୍ୟ ବିକ୍ରି କରି ପାରୁନାହାନ୍ତି। ଯାହା ଫଳରେ ବିଲରେ ବ୍ୟାପକ ମାତ୍ରାରେ କାପ୍ସିକମ୍ ପଚିସଢି ନଷ୍ଟ ହେବାରେ ରହିଛି।

ଏପଟେ ଚାଷୀ ଜଣକ ସାହୁକାରର ଋଣ ଶୁଝିବା ନେଇ ଚିନ୍ତାରେ ଥିବାବେଳେ ପରିବାର ର ପୋଷଣ ପାଇଁ ମଧ୍ୟ ଲକ ଡାଉନ ଦାଉ ସାଜିଛି। ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ କେପ୍ସିକମର ଚାହିଦା ଏତେ ପରିମାଣରେ ନ ଥିବା ବେଳେ ଚାଷୀ ଲାଲ ମୋହନ ବେହେରା ପଡୋଶୀ ଜିଲ୍ଲା ଓ ପଡୋଶୀ ରାଜ୍ୟ ଉପରେ ନିର୍ଭରଶୀଳ ଥିଲେ । ଲକ୍ ଡାଉନ୍ ପ୍ରଭାବରେ କେପ୍ସିକମ୍ ବିକ୍ରୟ ହୋଇନପାରି କୁଇଣ୍ଟାଲ କୁଇଣ୍ଟାଲ କେପ୍ସିକମ୍ କ୍ଷେତରେ ପଡି ସଢୁ ଥିବାର ଦେଖି ଦୁଃଖରେ ଭାଙ୍ଗି ପଡିଛନ୍ତି ଲାଲ ମୋହନ। ଯାହା ଫଳରେ ସାହୁକାର ଙ୍କ ପାଖରୁ ଲକ୍ଷାଧିକ ଟଙ୍କା ଋଣ ଆଣି ଏବେ ପରିଶୋଧ କରି ନପାରି ନିରାଶ ହୋଇଛନ୍ତି ।

ଅନ୍ୟପଟେ ଚାଷ କାମରେ ଖର୍ଚ୍ଚ କରି ଟଙ୍କା ପଇସା ସରି ଯାଇଥିବା ବେଳେ ଘର ଚଳାଇବାକୁ ମଧ୍ୟ କଷ୍ଟ ହେଉଥିବା ଲାଲ ମୋହନ ଙ୍କ ସ୍ତ୍ରୀ କୋହଭରା ଦୁଃଖ ନେଇ ନିଜ ପ୍ରତିକ୍ରିୟା ରେ ଜଣାଇଛନ୍ତି। ଏ ନେଇ ସ୍ଥାନୀୟ ଲୋକ ପ୍ରତିନିଧି ମଧ୍ୟ ସରକାରୀ ସହାୟତା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ତେବେ ଏ ନେଇ ଆମ ଇଟିଭି ଭାରତ ପ୍ରତିନିଧି ରାଇରଙ୍ଗପୁର ସ୍ଥିତ ସହକାରୀ ଉଦ୍ୟାନ କୃଷି ଅଧିକାରୀଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଲକ୍ ଡାଉନ୍ ପାଇଁ କୃଷି କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି। ଏପରି ପରିସ୍ଥିତି ରେ ଏକମାତ୍ର ସରକାରୀ ସହାୟତା କୁ ହିଁ ଅପେକ୍ଷା।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡାଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details