ଓଡିଶା

odisha

ETV Bharat / state

Hatabadada Shoot Incident: ଘଟଣା ସ୍ଥଳରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ - ହାଟବାଦଡା ସାପ୍ତାହିକ ହାଟରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ

ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା ସାପ୍ତାହିକ ହାଟରେ ଗୁଳିମାଡ଼ ଘଟଣାକୁ ଗୁରୁତର ସହ ନେଇ ଘଟଣା ସ୍ଥଳରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ପହଞ୍ଚିଛନ୍ତି । ଅଧିକ ପଢନ୍ତୁ

Hatabadada Shoot Incident: ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ
Hatabadada Shoot Incident: ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ

By

Published : May 25, 2022, 7:21 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ହାଟବାଦଡା ସାପ୍ତାହିକ ହାଟରେ ଗୁଳିମାଡ଼ ଘଟଣାକୁ ଗୁରୁତର ସହ ନେଇ ଘଟଣା ସ୍ଥଳରେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ପହଞ୍ଚିଛନ୍ତି । ଆଜି(ବୁଧବାର) ସକାଳୁ ଜଣେ ଗୋ-ବେପାରୀଙ୍କ ଠାରୁ ନଗଦ ୨୦ ଲକ୍ଷ ଟଙ୍କା ଲୁଟି ନେଇ ଉକ୍ତ ବେପାରୀଙ୍କୁ ଗୁଳିମାଡ଼ କରି ଦୁଇଟି ବାଇକରେ ଚାରିଜଣ ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ଗୁଳିକାଣ୍ଡର ଖବର ପାଇ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ, ରାଇରଙ୍ଗପୁର ଏସଡିପିଓ, ରାଇରଙ୍ଗପୁର ଏଏସପି ଓ ବାରିପଦାରୁ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଛାନଭିନ ଆରମ୍ଭ କରିଥିଲେ। ଘଟଣା ସ୍ଥଳରୁ ୬ଟି ଖୋକା(ଫୁଟା ଗୁଳି) ଜବତ କରାଯାଇଥିବା ବେଳେ ମୃତ ଜାମସୁଦଙ୍କ ଦେହରେ ୬ଟି ଗୁଳି ଓ ଏକ ମଇଁଷି ଦେହରେ ଗୋଟିଏ ଗୁଳି ବାଜିଥିବା ସୂଚନା ରହିଛି ।

Hatabadada Shoot Incident: ଘଟଣା ସ୍ଥଳରେ ପହଞ୍ଚିଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ

ତେବେ ଗତ ଶନିବାର ଦିନ ଜଶିପୁର ଠାରେ ମଧ୍ୟ ଗୋ ମାଫିଆଙ୍କ ଦ୍ଵାରା ଗୁଳିମାଡ଼ରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ବେଳେ ମାତ୍ର କେତେଦିନ ବ୍ୟବଧାନରେ ରାଇରଙ୍ଗପୁର ହାଟବାଦଡାରେ ମଧ୍ୟ ଜଣେ ଗୋ ବେପାରୀଙ୍କୁ ଗୁଳିମାଡ଼ ହୋଇଛି । ଫଳରେ ଗୋ ବେପାରୀ ଜଣକ ଘଟଣା ସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ । ତେବେ ଉକ୍ତ ଘଟଣା ପରେ ପୋଲିସ ପ୍ରଶାସନ ମଧ୍ୟରେ ଚଞ୍ଚକତା ଦେଖାଦେଇଛି ।

ଘଟଣା ସମ୍ପର୍କରେ ଖବର ପାଇ ମୟୂରଭଞ୍ଜ ଏସପି ରିଶିକେଶ ଖିଲାରୀ ଧ୍ୟାନଦେଓ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିର ତନାଘନା କରିଥିଲେ । ସେପଟେ ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ମଧ୍ୟ ଘଟଣା ସମ୍ପର୍କରେ ଅବଗତ ହେବା ପରେ ହାଟବାଦଡା ସାପ୍ତାହିକ ହାଟକୁ ଆସି ସ୍ଥିତି ଅନୁଧ୍ୟାନ କରିବା ସହ ରାଇରଙ୍ଗପୁର ଏଏସପି ଓ ରାଇରଙ୍ଗପୁର ଏସଡିପିଓଙ୍କ ସହିତ ଅଧିକ ଆଲୋଚନା କରିଛନ୍ତି । ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ ଓ ମୟୂରଭଞ୍ଜ ଏସପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ୪ଟି ଟିମ୍ ଦୁର୍ବୃତ୍ତ ମାନଙ୍କୁ ଧରିବା ପାଇଁ ବିଭିନ୍ନ ଅଞ୍ଚଳରେ ଛାନଭିନ ଚଳାଇଛନ୍ତି । ତେବେ ଯଥାଶୀଘ୍ର ଫେରାର ଦୁର୍ବୃତ୍ତ ମାନେ ପୋଲିସ ହାତରେ ଧରାପଡିବେ ବୋଲି ପୂର୍ବାଞ୍ଚଳ ଆଇଜି ପ୍ରକାଶ କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details