ଓଡିଶା

odisha

ETV Bharat / state

ନକଲି ସୋରିଷ ତେଲ କାରଖାନା ଠାବ, ମାଲିକ ଅଟକ - ମୟୂରଭଞ୍ଜ ଖବର

ଉଦଳାରୁ ନକଲି ସୋରିଷ ତେଲ କାରଖାନା ଠାବ । ଦୀର୍ଘ ଦିନ ଧରି ଏହି କାରଖାନା ଚଳାଉଥିବା ମାଲିକ ଏବେ ପୋଲିସ ପଞ୍ଝାରେ । ବର୍ତ୍ତମାନ ପରିସ୍ଥିତିରେ କାରଖାନାକୁ ସମ୍ପୂର୍ଣ୍ଣ ସିଲ୍ କରି ତଦନ୍ତ ଚଳାଇଛି ପୋଲିସ୍ । ଅଧିକ ଖବର ପଢନ୍ତୁ...

ଉଦଳାରେ ନକଲି ସୋରିଷ ତେଲ କାରଖାନା ଠାବ,ମାଲିକ ଅଟକ

By

Published : Nov 9, 2019, 12:04 AM IST

ବାରିପଦା: ମୟୂରଭଞ୍ଜ ଉଦଳାରେ ଠାବ ହୋଇଛି ନକଲି ତେଲ କାରଖାନା । ସ୍ଥାନୀୟ ଏନଏସି ୧ ୨ ନଂ ୱାର୍ଡରେ ଚାଲିଥିବା ଏହି ନକଲି ସୋରିଷ ତେଲ କାରଖାନାକୁ ବର୍ତ୍ତମାନ ସିଲ କରିଛି ଉଦଳା ପୋଲିସ୍ ।

ଉଦଳାରେ ନକଲି ସୋରିଷ ତେଲ କାରଖାନା ଠାବ,ମାଲିକ ଅଟକ

ବିଶେଷସୂତ୍ରରୁ ଖବର ପାଇବା ପରେ ମୟୁରଭଞ୍ଜ ଆରକ୍ଷୀ ଅଧୀକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ଉଦଳା ପୋଲିସ୍‌ ଏହି ଚଢାଉ କରିଥିଲା । କାରଖାନାର ମାଲିକ ଗୌରାଙ୍ଗଚନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଜଣେ ମହିଳାଙ୍କୁ ଥାନାରେ ଅଟକ ରଖିଛି ପୋଲିସ ।

ସୂଚନା ଅନୁସାରେ, ବାଲେଶ୍ବର ଜିଲ୍ଲା ସେରଗଡରୁ ରାଇସ୍ ଅଏଲ ଆଣି ପ୍ୟାକିଂ ସହ ବିକ୍ରୀ କରିବାକୁ ତାଙ୍କୁ ଅନୁମତି ମିଳିଥିବା କାରଖାନା ମାଲିକ କହୁଛନ୍ତି । ହେଲେ କାରଖାନା ମାଲିକ ଗୌରାଙ୍ଗ ରାଇସ୍ ଅଏଲକୁ ଆଣି ସେଥିରେ ଅପମିଶ୍ରଣ ସହ ସୋରିଷ ତେଲକୁ ଏକ ବ୍ରାଣ୍ଡ ନାମରେ ବଜାରକୁ ଛାଡୁଥିଲେ ।

ଏହି ସୋରିଷ ତେଲକୁ ରଙ୍ଗ କରିବା ପାଇଁ ଏକ ବିଶେଷ ସାମଗ୍ରୀର ବ୍ୟବହାର କରାଯାଉଥିଲା । ଯାହାକି ତେଲର ରଙ୍ଗକୁ ଅଧିକ ଲାଲ୍ କରୁଥିଲା । ଏହି ଚଢାଉ ସମୟରେ ପୋଲିସ୍ ପାଖାପାଖି ୫ ହଜାର ଲିଟର ତେଲ ଜବତ କରାଯାଇଛି ।

ସବୁଠାରୁ ବଡ କଥା ହେଲା,ଏହି ନକଲି ତେଲକୁ ବିକ୍ରୀ ପାଇଁ କାରଖାନା ମାଲିକ ଜଣକ ଉଦଳା ବଜାରକୁ ଛାଡିବା ପରିବର୍ତ୍ତେ ଉପାନ୍ତ ଅଞ୍ଚଳକୁ ପଠାଉଥିବା କହିଛନ୍ତି । ବିଶେଷକରି ଶରତ ଏବଂ ବାଲେଶ୍ବର ଜିଲ୍ଲା ସଜନାଗଡ ଅଞ୍ଚଳରେ ଏହି ତେଲ ବିକ୍ରୀ କରାଯାଉଥିଲା । ଏହି ଚଢାଉ ସମୟରେ ତେଲ ସମେତ ଖାଲି ବୋତଲ, ଠିପି, ତେଲରେ ମିଶୁଥିବା ସାମଗ୍ରୀକୁ ପୋଲିସ ଜବତ କରିଛି ।

ତେବେ ଥାନା ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଆଜକୁ ଚାରିମାସ ହେବ ଏହି ନକଲି କାରଖାନା ଚାଲିଥିଲେ ସୁଦ୍ଧା ସ୍ଥାନୀୟ ପୋଲିସ୍ କିମ୍ବା ଖାଉଟି ବିଭାଗ ଏହାର ଖବର ପାଇ ପାରିନଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ପୋଲିସ ତେଲ କାରଖାନା ସିଲ କରିବା ସହ ଅଧିକ ତଦନ୍ତ ଜାରିରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details