ଓଡିଶା

odisha

ETV Bharat / state

ବାହାରେ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ପୋଷ୍ଟର, ଭିତରେ ଚାଲିଥିଲା ନକଲି ବେପାର - ନକଲି ମଦ କାରଖାନା ଠାବ

ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ନକଲି ମଦ ପ୍ରସ୍ତୁତ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବଜାରରେ ଥିବା ବିଦେଶୀ ମଦ ଦୋକାନରେ ନକଲି ମଦ ପ୍ରସ୍ତୁତ ବେଳେ ଚଢ଼ାଉ କରିଛି ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ । ଅଧିକ ପଢ଼ନ୍ତୁ

duplicate liquor seized in mayurbhanj
ବାହରେ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦର ପୋଷ୍ଟର, ଭିତରେ ନକଲି ମଦ ବେପାର

By

Published : Apr 13, 2022, 2:14 PM IST

Updated : Apr 13, 2022, 2:57 PM IST

ବାରିପଦା: ଲାଇସେନ୍ସପ୍ରାପ୍ତ ମଦ ଦୋକାନରେ ନକଲି ମଦ ପ୍ରସ୍ତୁତ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବଜାରରେ ଥିବା ବିଦେଶୀ ମଦ ଦୋକାନରେ ନକଲି ମଦ ପ୍ରସ୍ତୁତ ବେଳେ ଚଢ଼ାଉ କରିଛି ରାଜ୍ୟ ଅବକାରୀ ଫ୍ଲାଇଙ୍ଗ ସ୍କ୍ବାର୍ଡ। ବିପୁଳ ପରିମାଣର ନକଲି ମଦ ବୋତଲ ଠିପି ସ୍ପିରିଟ ସହ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରାଯାଇଛି।

ଦୋକାନ ସାମ୍ନା ବୋର୍ଡରେ ସରକାରୀ ସ୍ବୀକୃତିପ୍ରାପ୍ତ ବିଦେଶୀ ଠିପି ବନ୍ଦ ମଦ ଦୋକାନ ଲେଖାଯାଇଛି। କିନ୍ତୁ ଦୋକାନ ଭିତରେ ଚାଲିଛି ନକଲି ବିଦେଶୀ ମଦ ପ୍ରସ୍ତୁତ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଅବକାରୀ ବିଭାଗ ଅଫିସରୁ ୫୦୦ ମିଟର ଦୂରରେ ବର୍ଷ ବର୍ଷ ଧରି ନକଲି ବିଦେଶୀ ମଦ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି। ତେବେ ବିଶେଷ ସୂତ୍ରରୁ ଆଜି ଖବର ପାଇ ରାଜ୍ୟ ଅବକାରୀ ବିଭାଗର ଫ୍ଲାଇଙ୍ଗ ସ୍କ୍ବାଡ ଅଚାନକ ଚଢ଼ାଉ କରିଥିଲେ।

ଚଢ଼ାଉ ସମୟରେ ଦୋକାନ ଭିତରୁ ନକଲି ମଦ ସହ ମଦ ତିଆରି ପାଇଁ ବ୍ୟବହୃତ ସ୍ପିରିଟ, ଠିପି ସହ ଅନ୍ୟାନ୍ୟ ସାମଗ୍ରୀକୁ ଜବତ କରିଛି ଅବକାରୀ ବିଭାଗ। ମଦ ଦୋକାନର ଦୁଇ ଜଣଙ୍କୁ ଅଟକ ରଖି ଅବକାରୀ ବିଭାଗ ପଚରା ଉଚରା କରୁଥିବା ସୂଚନା ମିଳିଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Apr 13, 2022, 2:57 PM IST

ABOUT THE AUTHOR

...view details