ଓଡିଶା

odisha

ETV Bharat / state

ଚିକିତ୍ସା ଅବହେଳାରୁ ଦିବ୍ୟାଙ୍ଗଙ୍କ ମୃତ୍ୟୁ

ଚିକିତ୍ସା ଅବହେଳାରୁ ମୟୂରଭଞ୍ଜ ଜିଲ୍ଲାରେ ୧୫ବର୍ଷୀୟ ଦିବ୍ୟାଙ୍ଗ ଝିଅର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଡାକ୍ତର ଓ ନର୍ସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରି ମେଡିକାଲ ସମ୍ମୁଖରେ ଧାରଣା ଦେଇଥିଲେ ପରିବାର ଲୋକେ ।

By

Published : Jun 9, 2019, 2:07 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ମୟୂରଭଞ୍ଜ: ଚିକିତ୍ସା ଅବହେଳାରୁ ଦିବ୍ୟାଙ୍ଗଙ୍କ ମୃତ୍ୟୁ । ମୟୂରଭଞ୍ଜ ଜିଲ୍ଲାର ୧୫ବର୍ଷୀୟ ଦିବ୍ୟାଙ୍ଗ ଝିଅର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଛି । ଡାକ୍ତର ଓ ନର୍ସଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଇ ଡାକ୍ତରଖାନା ଆଗରେ ଧାରଣା ଦେଇଥିବାର ଦେଖିବାକୁ ମିଳିଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ଜିଲ୍ଲା ଚାନ୍ଦୁଆ ଅଞ୍ଚଳର ଚାଲୁଣିଆ ଗାଁର ବୀରେନ୍ଦ୍ର ପାତ୍ରଙ୍କ ଝିଅ ରଞ୍ଜିତା ପାତ୍ର । ରଞ୍ଜିତା ଜଣେ ଦିବ୍ୟାଙ୍ଗ ହୋଇଥିବା ବେଳେ କିଛି ଦିନ ଧରି ଅସୁସ୍ଥତା ଅନୁଭବ କରିଥିଲେ । ଏହା ପରେ ତାଙ୍କୁ ଗତ ଶନିବାର ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲରେ ଚିକିତ୍ସିତ କରାଯାଉଥିଲା । କିନ୍ତୁ ମଧ୍ୟରାତ୍ରିରେ ରଞ୍ଜିତାଙ୍କ ସ୍ବାସ୍ଥ୍ୟ ଗୁରୁତର ହୋଇପଡିଥିବା ବେଳେ ଡାକ୍ତର ଓ ଡ୍ୟୁଟିରେ ଥିବା ନର୍ସମାନେ ଚିକିତ୍ସାରେ କ୍ରମାଗତ ଅବହେଳା ପ୍ରଦର୍ଶନ କରିଥିଲେ । ଫଳରେ ତାଙ୍କର ମୃତ୍ୟୁ ଘଟିଥିବା ନେଇ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏଥସହ ଡ୍ୟୁଟିରେ ଥିବା ନର୍ସ ରୋଗୀଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ୟବାହର ମଧ୍ୟ କରିଥିବାର ଅଭିଯୋଗ ଆଣିଛନ୍ତି ପରିବାରଲୋକେ । ସେପଟେ, ଡାକ୍ତର ଓ ନର୍ସଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିବା ସହ ମେଡିକାଲ ସମ୍ମୁଖରେ ଧାରଣା ଦେଇଥିଲେ ପରିବାର ଲୋକେ ।

ଘଟଣାସ୍ଥଳରେ ପୋଲିସ ଓ ଡାକ୍ତରଖାନା କର୍ତ୍ତୃପକ୍ଷ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ପରେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details