ଓଡିଶା

odisha

ETV Bharat / state

ଦୁଇ ପତ୍ନୀଙ୍କୁ ହତ୍ୟା କରି ଆତ୍ମହତ୍ୟା କଲା ପତି - ସ୍ତ୍ରୀ

ବାରିପଦା ସଦରଥାନା ତାଡକିଶୋଳ ଗାଁରେ ଦୁଇ ପତ୍ନୀଙ୍କୁ ହାତୁଡିରେ ପିଟି ପିଟି ମାରିବା ପରେ ନିଜେ ଘର ବାହାରେ ଥିବା ଏକ ଗଛରେ କୂଅ ଦଉଡ଼ିରେ ଆତ୍ମହତ୍ୟା କରିଛି ପତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା ମୟୁରଭଞ୍ଜ

By

Published : May 22, 2019, 10:27 AM IST

Updated : May 22, 2019, 12:40 PM IST

ବାରିପଦା: ଜିଲ୍ଲାରେ ଚାଞ୍ଚଲ୍ୟ । ଦୁଇ ପତ୍ନୀଙ୍କୁ ମାରି ନିଜେ ଝୁଲିଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜର ବାରିପଦା ସଦରଥାନା ତାଡକିଶୋଳ ଗାଁରେ ।

ମୃତକ ସ୍ବାମୀ ଶ୍ୟାମ ମାରାଣ୍ଡି ନିଜର ଦୁଇ ପତ୍ନୀ ଫୁଲମଣି ମାରାଣ୍ଡି ଓ ସାଲକ ମାରାଣ୍ଡିକୁ ହାତୁଡିରେ ପିଟି ପିଟି ମାରିବା ପରେ ନିଜେ ଘର ବାହାରେ ଥିବା ଏକ ଗଛରେ କୂଅ ଦଉଡ଼ିରେ ଆତ୍ମହତ୍ୟା କରିଛି । ତେବେ ସମ୍ପର୍କିୟଙ୍କ କହିବାନୁସାରେ, ଗତକିଛି ଦିନ ହେବ ଶ୍ୟାମ ମାନସିକ ରୋଗରେ ପୀଡିତ ଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ତେବେ ମୟୁରଭଞ୍ଜ ଜିଲ୍ଲାରେ ଆଦିବାସୀମାନେ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିବା ନଜିର ରହିଛି। ଖ୍ରୀଷ୍ଟ ଧର୍ମ ଗ୍ରହଣ କୁ ନେଇ ପରିବାର ମଧ୍ୟରେ ସବୁବେଳେ ତିକ୍ତତା ରହୁଥିବାର କହିଛନ୍ତି ମୃତକ ଦୁଇ ସ୍ତ୍ରୀଙ୍କ ଭାଇ।

ଘଟଣା ପରେ ବାରିପଦା ଏସ ଡି ପ ଓ ଙ୍କ ସହ ବାରିପଦା ସଦର ଥାନା ପୋଲିସ ପହଞ୍ଚି ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ ଆରମ୍ଭ କରିବା ସହ କେସ ନମ୍ବର 48/19 ଆଧାରରେ ମାମଲା ରୁଜୁ କିରିଛି ।


ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : May 22, 2019, 12:40 PM IST

ABOUT THE AUTHOR

...view details