ବାରିପଦା:ରାଜ୍ୟରେ କୋରୋନା ଟିକାର ଡ୍ରାଏ ରନ ଆରମ୍ଭ ହୋଇଯାଇଛି । ମୟୂରଭଞ୍ଜ ଜିଲ୍ଲା ବାରିପଦା ପି.ଆର.ଏମ ମେଡିକାଲ କଲେଜରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରବାର କଲ୍ୟାଣ ପକ୍ଷରୁ କୋରୋନା ଟିକାର ଡ୍ରାଏ ରନ ଆରମ୍ଭ ହୋଇଛି ।
କୋଭିଡ୍-୧୯ ଟିକାକରଣ ଡ୍ରାଏ ରନ୍ ଆରମ୍ଭ ବର୍ଷ ଆରମ୍ଭରୁ ସରକାରଙ୍କ ପକ୍ଷରୁ କୋରୋନା ଟିକାକରଣ ଲାଗି ମଞ୍ଜୁରୀ ମିଳି ସାରିଥିବା ବେଳେବର୍ଷ ଆରମ୍ଭରୁ ସରକାରଙ୍କ ପକ୍ଷରୁ କୋରୋନା ଟିକାକରଣ ଲାଗି ମଞ୍ଜୁରୀ ମିଳିସାରିଥିବା ବେଳେ ଖୁବଶୀଘ୍ର ଦେଶବ୍ୟାପୀ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତତ୍ତ୍ଵାବଧାନରେ ବାରିପଦା ସ୍ଥିତ ପିଆରଏମ ହସ୍ପିଟାଲରେ ଡ୍ରାଏ ରନ୍ ବା ପ୍ରାକ୍-ଟିକାକରଣ ଅଭ୍ୟାସ ଶନିବାର ଠାରୁ ଆରମ୍ଭ ହୋଇଛି। ଏହି ପ୍ରାକ-ଟିକାକରଣ ଅଭ୍ୟାସ ସଫଳ ହେବା ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ଟିକାକରଣ କରାଯିବ ବୋଲି ସୂଚନା ମିଳିଛି।
ତେବେ ଡ୍ରାଏ ରନ୍ କରାଯିବାର ଉଦ୍ଦେଶ୍ୟ ହେଉଛି କୋଭିଡ୍ ଭ୍ୟାକ୍ସିନ୍ର ବ୍ୟବହାର ଓ କାର୍ଯ୍ୟକାରିତା ସଂକ୍ରାନ୍ତରେ ଅଭିଜ୍ଞତା ହାସଲ କରିବା। ଏହା ଫଳରେ ପ୍ରକୃତ ଟିକାକରଣ ଆରମ୍ଭ ପୂର୍ବରୁ ପାରିପାର୍ଶ୍ବିକ ସ୍ଥିତି, ଟିକାକରଣ ଯୋଜନା ଓ ପ୍ରୟୋଗ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା, ଉପୁଜୁଥିବା ଅସୁବିଧାକୁ ଚିହ୍ନଟ କରିବା ଏବଂ ଟିକାକରଣର ଅଗ୍ରଗତି ନିମନ୍ତେ ଉପାୟ ସମ୍ବନ୍ଧରେ ବାହାର କରିବା ।
ଏଥି ସହିତ ଯଦି କୌଣସି ପାର୍ଶ୍ବ ପ୍ରତିକ୍ରିୟା ଉପୁଜେ, ସେଥିପ୍ରତି କିଭଳି ଦୃଷ୍ଟି ଦିଆଯିବ ସେ ପ୍ରସଙ୍ଗରେ ସମାଧାନ ହେବା ନେଇ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଆଗକୁ କୋଭିଡ ଟିକାର ପ୍ରୟୋଗ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଡ୍ରାଏ ରନ କାର୍ଯ୍ୟ ସମାପ୍ତ ହେବା ପରେ ଟିକାକରଣ ଆରମ୍ଭ ହେବ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ