ଓଡିଶା

odisha

ETV Bharat / state

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଡ୍ରାଏ ରନ୍ ଆରମ୍ଭ - dry run start from rairangpur medical

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି । କୋରୋନା ଟିକାକରଣର ପ୍ରୟୋଗ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟିକାକରଣର ଡ୍ରାଏ ରନ ଆରମ୍ଭ କରାଯାଇଛି । ଅଧିକ ପଢନ୍ତୁ...

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଡ୍ରାଏ ରନ୍ ଆରମ୍ଭ
ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଡ୍ରାଏ ରନ୍ ଆରମ୍ଭ

By

Published : Jan 8, 2021, 6:41 PM IST

ରାଇରଙ୍ଗପୁର: କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ସମଗ୍ର ଦେଶରେ ଖୁବଶୀଘ୍ର ଆରମ୍ଭ ହେବ ଟିକାକରଣ । ଏଣୁ, ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ମଧ୍ୟ ଡ୍ରାଏ ରନ୍ ଆରମ୍ଭ ହୋଇଯାଇଛି । କୋରୋନା ଟିକାକରଣର ପ୍ରୟୋଗ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟିକାକରଣର ଡ୍ରାଏ ରନ ଆରମ୍ଭ କରାଯାଇଛି ।

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଡ୍ରାଏ ରନ୍ ଆରମ୍ଭ

ଏନେଇ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ କୋରୋନା ଟିକାର ଡ୍ରାଏ ରନ୍ ବା ଟିକାକରଣର ଅଭ୍ୟାସ ଆରମ୍ଭ ହୋଇଛି । ସରକାରଙ୍କ ପକ୍ଷରୁ କୋରୋନା ଟିକାକରଣ ପାଇଁ ମଞ୍ଜୁରୀ ମିଳିସାରିଥିବା ବେଳେ ରାଇରଙ୍ଗପୁର ଡାକ୍ତରଖାନାରେ ମଧ୍ୟ ଟିକାକରଣ ପାଇଁ ଡ୍ରାଏ ରନ୍ ଆରମ୍ଭ କରାଯାଇଛି ।

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଡ୍ରାଏ ରନ୍ ଆରମ୍ଭ

ତେବେ ଡ୍ରାଏ ରନ୍ କରାଯିବାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କୋଭିଡ୍ ଭ୍ୟାକ୍ସିନର ବ୍ୟବହାର ଓ କାର୍ଯ୍ୟକାରିତା ଉପରେ ଅଭିଜ୍ଞତା ହାସଲ କରିବା । ଏହା ଫଳରେ ପ୍ରକୃତ ଟିକାକରଣ ଆରମ୍ଭ ହେବା ପୂର୍ବରୁ ପାରିପାର୍ଶ୍ବିକ ସ୍ଥିତି, ଟିକାକରଣର ଯୋଜନା ଓ ପ୍ରୟୋଗ ମଧ୍ୟରେ ଯୋଗସୂତ୍ର ରକ୍ଷା କରିବା, ଉପୁଜିଥିବା ଅସୁବିଧାକୁ ଚିହ୍ନଟ କରିବା ଏବଂ ଟିକାକରଣର ଅଗ୍ରଗତି ନିମନ୍ତେ ଉପାୟ ବାହାର କରାଯାଇପାରିବ ।

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଡ୍ରାଏ ରନ୍ ଆରମ୍ଭ

ଟିକାକରଣ ପରେ ଯଦି କୋୖଣସି ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଏ, ସେଥିପ୍ରତି କିଭଳି ପଦକ୍ଷେପ ଗ୍ରହଣ କରାଯିବ ସେନେଇ ଦୃଷ୍ଟି ଦେବା ସହିତ ଆଗକୁ କୋଭିଡ୍ ଭ୍ୟାକ୍ସିନର ପ୍ରୟୋଗ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ଡ୍ରାଏ ରନ କାର୍ଯ୍ୟ ସମାପ୍ତ ହେବା ପରେ ହିଁ ଟିକାକରଣ ଆରମ୍ଭ ହେବ ବୋଲି ରାଇରଙ୍ଗପୁରର ଭାରପ୍ରାପ୍ତ ଏସଡିଏମଓ ପ୍ରମୋଦ କୁମାର ସାହୁ ସୂଚନା ଦେଇଛନ୍ତି ।

ମୟୂରଭଞ୍ଜରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details