ବାରିପଦା: ନିଶା ନେଲା ଜୀବନ । ମଦ ନିଶାରେ ମାଆର ମମତାକୁ ଭୁଲିଗଲା ପୁଅ । ନିଶାଗ୍ରସ୍ତ ଅବସ୍ଥାରେ କୋଦାଳରେ ହାଣି ନିଜ ଜନ୍ମ କଲା ମାଆକୁ ହତ୍ୟା କରିଛି ପୁଅ । ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଦୁଧିଆଷୋଳ ଗ୍ରାମରେ । ମୁତକ ମାଆ ଜଣଙ୍କ ହେଲେ ଗୁରୁବାରୀ ସିଂ ।
ସୂଚନା ଅନୁସାରେ, ବଡ଼ପୁଅ ବୁଧୁ ସିଂ ଅଧିକାଂଶ ଦିନ ଅତ୍ୟଧିକ ମଦ୍ୟ ପାନ କରି ଘରେ ପାଟିତୁଣ୍ଡ କରିବା ସହ ଝଗଡା କରେ । ତେବେ ହତ୍ୟାକାଣ୍ଡ ପାରିବାରିକ କଳହରୁ ହୋଇଥିବା ଅନୁମାନ କରାଯାଉଛି ।