ବାରିପଦା: ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନାର ଜଣେ କାର୍ଯ୍ୟରତ ସବଇନିସପେକ୍ଟର ମଦ ପିଇ ରାସ୍ତାରେ ଗଡିବା ଦୃଶ୍ୟ ବେତନଟୀ ଅଞ୍ଚଳର ଲୋକମାନଙ୍କ ମନରୁ ନ ଲିଭୁଣୁ ପୁଣି ଘଟିଛି ଏହାର ପୁନରାବୃତ୍ତି । ବେତନଟୀ ଅବକାରୀ ଥାନାର ଜଣେ କାର୍ଯ୍ୟରତ ଏଏସଆଇ ରବି ନାରାୟଣ ରଣା ଗତ କିଛି ଦିନ ତଳେ ବେତନଟୀ ଅଞ୍ଚଳରେ ଥିବା ଏକ ମୋଟର ସାଇକେଲ ଗ୍ୟାରେଜ ସାମ୍ନାରେ ମଦ ପିଇ ପଡିଥିବା ସହିତ ଲୋକମାନଙ୍କୁ ଦୁର୍ବ୍ୟବହାର କରିଥିବା ଦୃଶ୍ୟ ଭାଇରାଲ ହୋଇଛି ।
ଭାଇରାଲ ହେଲା ଅବକାରୀ ବିଭାଗର ମାତାଲ ଏଏସଆଇଙ୍କ ଭିଡିଓ - ଭାଇରାଲ ଭିଡିଓ
ମୟୁରଭଞ୍ଜ ଜିଲ୍ଲା ବେତନଟୀ ଅବକାରୀ ବିଭାଗର ମାତାଲ ଏଏସଆଇ ରବି ନାରାୟଣ ରଣାଙ୍କ ମଦ ପିଇ ଗ୍ୟାରେଜ ଆଗରେ ପଡିଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରଲ ।
![ଭାଇରାଲ ହେଲା ଅବକାରୀ ବିଭାଗର ମାତାଲ ଏଏସଆଇଙ୍କ ଭିଡିଓ drunk video of excise dept asi, excise dept drunk asi, viral video, mayurbhanj latest news, ମୟୂରଭଞ୍ଜ ଲାଟେଷ୍ଟ ନ୍ୟୁଜ୍, ଅବକାରୀ ବିଭାଗର ମାତାଲ ଏଏସଆଇ, ଭାଇରାଲ ଭିଡିଓ, ମାତାଲ ଏଏସଆଇଙ୍କ ଭିଡିଓ ଭାଇରାଲ](https://etvbharatimages.akamaized.net/etvbharat/prod-images/768-512-6446167-thumbnail-3x2-mbj.jpg)
ଭାଇରାଲ ହେଲା ଅବକାରୀ ବିଭାଗର ମାତାଲ ଏଏସଆଇଙ୍କ ଭିଡିଓ
ଭାଇରାଲ ହେଲା ଅବକାରୀ ବିଭାଗର ମାତାଲ ଏଏସଆଇଙ୍କ ଭିଡିଓ
ଅବକାରୀ ବିଭାଗର ଜଣେ ଅଫିସର ହୋଇ ଚୋରା ମଦକୁ ରୋକିବା ବଦଳରେ ନିଜେ ମଦ ପିଇ ରାସ୍ତାରେ ଗଡିବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ଏ ବିଷୟରେ ଅବକାରୀ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି କି ଖବର ପାଇ ଜିଲ୍ଲା ଅବକାରୀ ଏସପିଙ୍କୁ ଜଣାଯାଇଛି । ତେବେ ଅବକାରୀ ବିଭାଗର ମାତାଲ ଏଏସଆଇ ଜଣଙ୍କ ଗତ 5 ତାରିଖରୁ କୁଆଡେ ଯାଇଛନ୍ତି ସେନେଇ ବେତନଟୀ ଅବକାରୀ ବିଭାଗ ପାଖରେ କୌଣସି ଖବର ନାହିଁ । ଏଭଳି ଦାୟିତ୍ବହୀନ ଏଏସଆଇଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ଜୋର ଧରିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ