ଓଡିଶା

odisha

ETV Bharat / state

ଏଟିଏମକୁ ଶୌଚାଳୟ ଭାବିଲେ ପୋଲିସ କର୍ମଚାରୀ, ଆଉ ତା ପରେ...

ନିଶାଶକ୍ତ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ । ଶୌଚାଳୟ ଭାବି ଏଟିଏମରେ କଲେ ପରିସ୍ରା । ଏଭଳି ଏକ ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ମ୍ୟୁନିସପାଲିଟି ନିକଟରେ ଥିବା ଏସବିଆଇ ଏଟିଏମରେ।

By

Published : Sep 5, 2019, 6:51 AM IST

Updated : Sep 5, 2019, 10:46 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ବାରିପଦା:ନିଶାଶକ୍ତ ଯୁବକଙ୍କ ଉନ୍ମୁକ୍ତ କାଣ୍ଡ । ଶୌଚାଳୟ ଭାବି ଏଟିଏମରେ କଲେ ପରିସ୍ରା । ଏଭଳି ଏକ ଲଜ୍ଜାଜନକ ଦୃଶ୍ୟ ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରର ମ୍ୟୁନିସପାଲିଟି ନିକଟରେ ଥିବା ଏସବିଆଇ ଏଟିଏମରେ।

ଭାଇରାଲ ଭିଡିଓ

ସୂଚନା ଅନୁଯାୟୀ, ଏଭଳି କାଣ୍ଡ କରିଥିବା ଯୁବକ ଜଣଙ୍କ ହେଲେ ପୋଲିସ କନେଷ୍ଟବଳ ସମୀର ସେଠୀ । ଭିଡିଓଟି ଏବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ବେଳେ ଜଣେ ପୋଲିସ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି।

ଏପଟେ ସମ୍ପୃକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Sep 5, 2019, 10:46 AM IST

ABOUT THE AUTHOR

...view details