ବାରିପଦା: ରାଜ୍ୟସ୍ତରୀୟ ଓଡିଶା ମୋଟର ଚାଳକ ସଂଘର ନୂତନ ଶାଖା ଗଠିତ ହୋଇଛି । ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ କୋଷ୍ଠ। ହାଟ ପଡିଆରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୋଷ୍ଠ। ଓ ବାଘଡା ମୋଟର ଚାଳକ ସଂଘ ଗଠିତ ହୋଇଛି ।
ରାଜ୍ୟରେ ଶ୍ରମିକମାନଙ୍କୁ ସରକାର ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ଡ୍ରାଇଭରଙ୍କୁ ରାଜ୍ୟ ସରକାର ଅଣଦେଖା କରୁଥିବା ଅଭିଯୋଗ କରିଛି ଓଡିଶା ମୋଟର ଚାଳକ ସଂଘ । ସଂଘର ଅଭିଯୋଗ ଅନୁଯାୟୀ ଦେଶ ସ୍ୱାଧୀନତାର ଦୀର୍ଘ ୭୪ ବର୍ଷ ପରେ ମଧ୍ୟ ଡ୍ରାଇଭରମାନଙ୍କ ସାମାଜିକ ସୁରକ୍ଷା ପାଇଁ ସରକାରଙ୍କ ପକ୍ଷରୁ କୌଣସି ଯୋଜନା ନାହିଁ ।
ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକଙ୍କ ପାଇଁ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରି ସୁବିଧା ସୁଯୋଗ ଯୋଗାଇ ଦେଉଥିବା ବେଳେ ଡ୍ରାଇଭରମାନଙ୍କୁ ମଧ୍ୟ ସେ ସବୁ ଯୋଜନାରେ ସାମିଲ କରାଯାଇ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଦାବି କରିଛନ୍ତି ।