ଓଡିଶା

odisha

ETV Bharat / state

ଗୁଣିଗାରେଡି ସନ୍ଦେହରେ ଦମ୍ପତିକୁ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ - ଗୁଣିଆ

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଞ୍ଚଳରେ ଗୁଣିଗାରେଡି ସନ୍ଦେହ କରି ଦମ୍ପତିକୁ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ.........

ଫଟୋ ସୌଜନ୍ୟ : ସମ୍ବାଦଦାତା, ମୟୁରଭଞ୍ଜ

By

Published : Oct 10, 2019, 8:18 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର ଘଟଣା । ମୁଖ୍ୟ ଅଭିଯୁକ୍ତ ଦିବାକର ସିଂ କୁ ଗିରଫ କରିଛି ପୋଲିସ। ଦମ୍ପତିଙ୍କୁ ଅତି ବିଭତ୍ସ ଭାବରେ ହତ୍ୟାକରି ଡ୍ୟାମରେ ଫିଙ୍ଗାଯାଇଥିଲା ।

ଗୁଣିଗାରେଡି ସନ୍ଦେହ କରି ଦମ୍ପତିକୁ ହତ୍ୟା
ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସିତାରାମସାହିର ଦମ୍ପତି ସ୍ବାମୀ ସୀତାରାମ ସିଂ ଓ ଲେତ ସିଂ ଗତ ୬ ତାରିଖ ଦିନ ଫୁଟବଲ ଖେଳ ଦେଖିବାକୁ ଯାଇ ଫେରି ନ ଥିଲେ । ଗୁଣିଆ ସନ୍ଦେହରେ ଅତି ବିଭତ୍ସ ଭାବେ ହତ୍ୟା କରି ପଥରରେ ହାତ ଗୋଡ ବାନ୍ଧି ସୋନ ଡ୍ୟାମକୁ ଫିଙ୍ଗି ଦିଆଯାଇଥିଲା । ଅଭିଯୁକ୍ତର ପରିବାର ଦୀର୍ଘଦିନ ହେବ ଅସୁସ୍ଥ ରହିଥିବା ଯୋଗୁଁ ଗୁଣିଆ ପାଇଁ ଅସୁସ୍ଥ ହେଉଥିବା ସନ୍ଦେହ କରି ହତ୍ୟା କରିଥିଲା ସେ। ତିନି ଦିନ ଧରି ନିଖୋଜ ଥିବା ଦମ୍ପତିଙ୍କୁ ଦୀର୍ଘ ୬୯ ଘଣ୍ଟା ପରେ ସୋନ ଡ୍ୟାମରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରିଥିଲା ଓଡ୍ରାଫ ଟିମ ।

ଏହି ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୋଲିସ କପ୍ତିପଦା ଥାନା ବିଦ୍ୟାଧରନଗରରେ ଥିବା ନିଜ ଭାଇ ଘରେ ଚଢ଼ାଉ କରି ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତଙ୍କ ଠାରୁ ହତ୍ୟାରେ ବ୍ୟବହୃତ କଟୁରିକୁ ମଧ୍ୟ ପୋଲିସ ଜବତ କରିଛି । ଏହି ଘଟଣାରେ ପୋଲିସ ପୂର୍ବରୁ ଜଣଙ୍କୁ ଗିରଫ କରିଥିଲା। ତେବେ ହତ୍ୟାକାଣ୍ଡ ପଛରେ ଆଉ କିଏ ସମୃକ୍ତ ଅଛି ତାହା ଅଧିକ ତଦନ୍ତ ପରେ ଜଣାପଡିବ ବୋଲି ମୟୂରଭଞ୍ଜ ଏସ ପି କହିଛନ୍ତି।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details