ଓଡିଶା

odisha

ETV Bharat / state

କରଞ୍ଜିଆରେ ଐତିହାସିକ ଦୋଳ ମେଳା: ଭକ୍ତିମୟ ପରିବେଶରେ ବିଭୋର ଶ୍ରଦ୍ଧାଳୁ - କରଞ୍ଜିଆ ଉପଖଣ୍ଡର ଦୋଳ ମେଳା

କରଞ୍ଜିଆ ସହରରେ ଆଜି(ଗୁରୁବାର) ପ୍ରଥମ ଦିନର ଦୋଳ ମହାମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ

କରଞ୍ଜିଆ ଉପଖଣ୍ଡର ଐତିହାସିକ ଦୋଳ ମେଳା : ଭକ୍ତିମୟ ପରିବେଶରେ ବିଭୋର ଶ୍ରଦ୍ଧାଳୁ
କରଞ୍ଜିଆ ଉପଖଣ୍ଡର ଐତିହାସିକ ଦୋଳ ମେଳା : ଭକ୍ତିମୟ ପରିବେଶରେ ବିଭୋର ଶ୍ରଦ୍ଧାଳୁ

By

Published : Mar 17, 2022, 4:23 PM IST

ରାଇରଙ୍ଗପୁର :ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ସହରରେ ଆଜି(ଗୁରୁବାର) ପ୍ରଥମ ଦିନର ଦୋଳ ମହାମେଳଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କରଞ୍ଜିଆର ଐତିହାସିକ ଦୋଳ ମେଳା ପବିତ୍ର ଫଗୁ ଦଶମୀ ଦିନ ଠାରୁ ଉପଖଣ୍ଡର ଠାକୁରମୁଣ୍ଡା, ଯୋଶୀପୁର, ରରୁଆଁ, ସୁକୃଳି ଏବଂ କରଞ୍ଜିଆର ବିଭିନ୍ନ ମନ୍ଦିରରୁ ରାଧାକୃଷ୍ଣଙ୍କ ପ୍ରତିମୂର୍ତ୍ତୀ ବାହାରି ଘରକୁ ଘର ବୁଲି ଭୋଗ ଖାଇବା ସହିତ କରଞ୍ଜିଆ ମେଳନ ପଡିଆ ଠାରେ ମହା ମେଳନରେ ଏକତ୍ରିତ ହୋଇଛନ୍ତି । ଏଠାରେ ତିନି ଦିନ ଧରି ରାଧାକୃଷ୍ଣଙ୍କ ସହ ଭକ୍ତମାନେ ହୋଲି ଖେଳିଥାନ୍ତି ।

କରଞ୍ଜିଆ ଉପଖଣ୍ଡର ଐତିହାସିକ ଦୋଳ ମେଳା : ଭକ୍ତିମୟ ପରିବେଶରେ ବିଭୋର ଶ୍ରଦ୍ଧାଳୁ

ଏଠାରେ ତିନିଦିନ ଧରି ଠାକୁରମାନେ ଭୋଗ ଖାଇ ରଙ୍ଗ ଖେଳିବା ପରମ୍ପରା ରହି ଆସିଛି । ଆଜି ପ୍ରଥମ ଦିନରେ ଦୋଳ ମହାମେଳଣ ଉତ୍ସବ ଅନୁଷ୍ଠିତ ହୋଇଛି। ଏଠାରେ ୧୯ ଗୋଟି ଜୀଉ ଏକତ୍ରିତ ହୋଇ ଲୋକଙ୍କୁ ଦର୍ଶନ ଦେବା ସହିତ ଭକ୍ତମାନେ ଭଗବାନ ଶ୍ରୀକୃଷ୍ଣଙ୍କ ସହିତ ହୋଲି ଖେଳିଛନ୍ତି । ଏହି ଐତିହାସିକ ଦୋଳ ମେଳା ୧୯୦୬ ମସିହାରୁ ଆରମ୍ଭ ହୋଇଥିବାବେଳେ ବର୍ଷ ବର୍ଷ ଧରି ଏଠାରେ ପାଳନ ହୋଇ ଆସୁଛି।

ଐତିହାସିକ ଦୋଳ ମେଳା ପାଇଁ ସମଗ୍ର ଉପଖଣ୍ଡ ଏବେ ଉତ୍ସବମୁଖର ହୋଇ ଉଠିଛି। କରଞ୍ଜିଆ ଉପଖଣ୍ଡର ନିଆରା ପରମ୍ପରା ଏବଂ ସଂସ୍କୃତିକୁ ବଞ୍ଚାଇବା ସହିତ ଭାଇ ଚାରାର ସମ୍ପର୍କକୁ ସୁଦୃଢ କରିବା ପାଇଁ ଏଇ ମହାନ ଗଣପର୍ଵରେ ସମସ୍ତେ ଏକାଠି ହୋଇ ଏହି ପର୍ବକୁ ପାଳନ କରିଥାନ୍ତି । ଏହି ପର୍ବରେ କରଞ୍ଜିଆ ବଜାର ସହିତ ଶୁକୃଳି, ରରୁଆଁ, ଜଶୀପୁର, ଠାକୁରମୁଣ୍ଡାରୁ ହଜାର ହଜାର ଭକ୍ତ ଆସି ଦୋଳ ମେଳଣ ଦେଖି ଉପଭୋଗ କରିଥାନ୍ତି। ତେବେ ଗତ ଦୁଇ ବର୍ଷ ହେବ କୋଭିଡ ପାଇଁ ଦୋଳ ମେଳା ବନ୍ଦ ଥିବା ବେଳେ ଚଳିତ ବର୍ଷ ମହା ଆଡମ୍ବରରେ ପାଳନ ହେଉଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ABOUT THE AUTHOR

...view details