ଓଡିଶା

odisha

By

Published : Dec 13, 2022, 1:09 PM IST

ETV Bharat / state

ଚିକିତ୍ସା ବାହାନାରେ ନାବାଳିକାଙ୍କୁ ପିଆରଏମ୍ ହସ୍ପିଟାଲରେ ଅସଦାଚରଣ ଅଭିଯୋଗ

ବାରିପଦା ପିଆରଏମ୍ ମେଡିକାଲର ଡାକ୍ତରଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ । ଚିକିତ୍ସା ବାହାନାରେ ୧୫ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ଚିକିତ୍ସା ବାହାନାରେ ନାବାଳିକାଙ୍କୁ ପିଆରଏମ୍ ହସ୍ପିଟାଲରେ ଅସଦାଚରଣ ଅଭିଯୋଗ
ଚିକିତ୍ସା ବାହାନାରେ ନାବାଳିକାଙ୍କୁ ପିଆରଏମ୍ ହସ୍ପିଟାଲରେ ଅସଦାଚରଣ ଅଭିଯୋଗ

ବାରିପଦା: ଚିକିତ୍ସା ବାହାନାରେ ୧୫ ବର୍ଷୀୟା ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ । ବାରିପଦା ପିଆରଏମ୍ ମେଡିକାଲର ଡାକ୍ତରଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଲେ ନାବାଳିକା । ମେଡିକାଲର ଶିଶୁ ବିଭାଗରେ କାର୍ଯ୍ୟରତ ଡାକ୍ତର ସୌରଭ ଉପାଧ୍ୟୟଙ୍କ ବିରୁଦ୍ଧରେ ଏହି ଅଭିଯୋଗ ଆସିଛି (Doctor Allegedly Molesting Minor Girl During Treatment) । ପେଟରେ ଯନ୍ତ୍ରଣା ହେବାରୁ ଚିକିତ୍ସା ପାଇଁ ମେଡିକାଲ ଯାଇଥିବା ଆଦିବାସୀ ହଷ୍ଟେଲର ଜଣେ ନାବାଳିକାଙ୍କୁ ସେ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି ।

ଚିକିତ୍ସା ବାହାନାରେ ନାବାଳିକାଙ୍କୁ ପିଆରଏମ୍ ହସ୍ପିଟାଲରେ ଅସଦାଚରଣ ଅଭିଯୋଗ

ସୂଚନା ଅନୁସାରେ, ଆଦିବାସୀ ହଷ୍ଟେଲର ଜନୈକା ନାବାଳିକା ଛାତ୍ରୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ପିଆରଏମ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଶିଶୁ ବିଭାଗରେ କାର୍ଯ୍ୟରତ ଥିବା ଡାକ୍ତର ସୌରଭ ଉକ୍ତ ଛାତ୍ରୀଙ୍କୁ ସ୍ବାସ୍ଥ୍ୟ ଯାଞ୍ଚ ଆଳରେ ଅସଦାଚରଣ କରିଥିବା ନେଇ ଛାତ୍ରୀ ଜଣକ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ଏହାକୁ ନେଇ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଛାତ୍ରୀଙ୍କ ପରିବାର ଲୋକ ଓ ହଷ୍ଟେଲ କର୍ତ୍ତୃପକ୍ଷ ଡାକ୍ତରଙ୍କୁ ତାଙ୍କ ଚାମ୍ବରରେ ଅଟକ ରଖିଥିଲେ ।

ଏହାମଧ୍ୟ ପଢନ୍ତୁ: ସରିଲା ରିମାଣ୍ଡ, ଆଜି କୋର୍ଟରେ ହାଜର ହେବେ ଅର୍ଚ୍ଚନା ଓ ଜଗବନ୍ଧୁ

ଡାକ୍ତର ଜଣକ ମଦ୍ୟପାନ କରି ହସ୍ପିଟାଲ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ପରିବାର ଲୋକେ ଅଭିଯୋଗ ଆଣିଥିଲେ । ଉତ୍ତେଜନା ପ୍ରକାଶ ପାଇବା ପରେ ହସ୍ପିଟାଲ ପରିସରରେ ଟାଉନ ଥାନା ପୋଲିସ ପହଞ୍ଚି ବୁଝାସୁଝା କରିଥିଲା । ଅନ୍ୟପଟେ କାର୍ଯ୍ୟରତ ଡାକ୍ତର ସୌରଭ ଉପାଧ୍ୟାୟ ତାଙ୍କ ବିରୁଦ୍ଧରେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ ନାବାଳିକା ପ୍ରତି କୌଣସି ପ୍ରକାର ଅସଦାଚରଣ କରିନାହାନ୍ତି । କେବଳ ଚିକିତ୍ସା ପାଇଁ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଥିଲେ ବୋଲି କହିଛନ୍ତି । ଥାନାରେ ଅଭିଯୋଗ ପରେ ଡାକ୍ତରଙ୍କୁ ବାରିପଦା ଟାଉନ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

ଇଟିଭି ଭାରତ, ମୟୂରଭଞ୍ଜ

ABOUT THE AUTHOR

...view details