ବାରିପଦା: ମେ ୫ ତାରିଖରୁ ଆରମ୍ଭ ହୋଇଥିବା ୧୪ ଦିନିଆ ଲକଡାଉନରେ ବାରିପଦାରେ ସ୍ଥିତି ସମୀକ୍ଷା କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷୀକ । ସାରା ରାଜ୍ୟରେ ମେ ୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନିଆ ଲକଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର । ମହାମାରୀ କୋରୋନା ଦ୍ବିତୀୟ ଲହରକୁ ରୋକିବା ପାଇଁ ଆରମ୍ଭ ହୋଇଥିବା ଲକଡାଉନରେ ଷଷ୍ଠ ଦିନରେ ସ୍ଥିତି ପରଖିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ବାଜ ଓ ଏସପି ପରମାର ସ୍ମିଥ ପୁରୁଷୋତ୍ତମ ଦାସ ବାରିପଦା ସହରରେ ବୁଲି ବୁଲି ସ୍ଥିତି ପରଖିଛନ୍ତି ।
ବାରିପଦାରେ ଲକଡାଉନ ସ୍ଥିତି ପରଖିଲେ ଜିଲ୍ଲାପାଳ ଏବଂ ଏସପି - mayurbhanja dm
ମେ ୫ ତାରିଖରୁ ଆରମ୍ଭ ହୋଇଥିବା ୧୪ ଦିନିଆ ଲକଡାଉନରେ ବାରିପଦାରେ ସ୍ଥିତି ସମୀକ୍ଷା କରିଛନ୍ତି ମୟୂରଭଞ୍ଜ ଜିଲ୍ଲାପାଳ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ । ଅମାନିଆଙ୍କୁ ବୁଲିବୁଲି ଫାଇନ କଲେ ଉଭୟ ଅଧିକାରୀ । ଅଧିକ ପଢନ୍ତୁ...
ବାରିପଦାରେ ଲକଡାଉନ, ସ୍ଥିତି ପରଖିଲେ ଜିଲ୍ଲାପାଳ ଏବଂ ଏସପି
ବାରିପଦାରେ ଲକଡାଉନ, ସ୍ଥିତି ପରଖିଲେ ଜିଲ୍ଲାପାଳ ଏବଂ ଏସପି
ସହରର ମୁଖ୍ୟ ମାର୍କେଟ, ବାଲେଶ୍ଵର ଗୋଳେଇ , ଭଞ୍ଜପୁର, ଲାଲ ବଜାର, ଷ୍ଟେସନ ବଜାର, ପାଲବଣି, ଦରଘାଡାହି ଆଦି ସ୍ଥାନରେ ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରିବା ସହ କିଛି ଅମାନିଆଙ୍କ ଠାରୁ ଫାଇନ ଆଦାୟ କରିଥିବା ଜଣାପଡିଛି । ଅନ୍ୟପକ୍ଷରେ ପ୍ରତ୍ୟେକ ଦୁଇ ଚକିଆ ଗାଡି ଓ ଚାରି ଚକିଆ ଗାଡିକୁ ଅଟକାଇ ଯାଞ୍ଚ କଡାକଡି କରିଥିବା ଦେଖିବାକୁ ମିଳିଛି । ଖୋଦ ଜିଲ୍ଲାପାଳ ଓ ଏସପି ରାସ୍ତାରେ ଛିଡ଼ା ହୋଇ ତଦାରଖ କରିଥିବା ଦେଖିବାକୁ ମିଳିଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ