ଓଡିଶା

odisha

ETV Bharat / state

ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ: ମନରେଗା ଦୁର୍ନୀତିରେ 2 ଗିରଫ, ୨୩ ଫେରାର୍‌ - District administration in action mode

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜଶିପୁର ପଞ୍ଚାୟତ ସମିତିର ୨୫ ଜଣଙ୍କ ନାମରେ ମାମଲା ରୁଜୁ କରିବା ସହିତ 3 ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ: ମନରେଗା ଦୁର୍ନୀତିରେ 2 ଗିରଫ, ୨୩ ଫେରାର୍‌
ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ: ମନରେଗା ଦୁର୍ନୀତିରେ 2 ଗିରଫ, ୨୩ ଫେରାର୍‌

By

Published : Jul 9, 2020, 10:47 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଜଶିପୁର ବ୍ଲକରେ ମନରେଗା ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ପରେ ଏବେ ଆକ୍ସନ ମୋଡରେ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ। ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଜଶିପୁର ପଞ୍ଚାୟତ ସମିତିର ୨୫ ଜଣଙ୍କ ନାମରେ ମାମଲା ରୁଜୁ କରିବା ସହିତ 3 ଜଣ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ଆକ୍ସନ ମୋଡରେ ଜିଲ୍ଲା ପ୍ରଶାସନ: ମନରେଗା ଦୁର୍ନୀତିରେ 2 ଗିରଫ, ୨୩ ଫେରାର୍‌

ଏହା ସହିତ ତିନି ଜଣ ସରପଞ୍ଚ ଜୁଝାର ବାନସିଂ, ମାଟରାମ ହୋ ଏବଂ ମହିଳା ସରପଞ୍ଚ ସବିତା ନାଏକଙ୍କ ସରକାରୀ ଆର୍ଥିକ କ୍ଷମତା ପ୍ରତ୍ୟାହାର କରି ନେଇଛି ଜିଲ୍ଲା ପ୍ରଶାସନ । ସେହିପରି ଯଶିପୁର ପୋଲିସ ୨୫ ଜଣଙ୍କ ମଧ୍ୟରୁ ଦୁଇ ଜଣ ନିର୍ବାହୀ ଅଧିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟ ୨୩ ଜଣ ଏବେ ଫେରାର ଥିବା ବେଳେ ବିଭିନ୍ନ ଜାଗାରେ ଚଢ଼ାଉ ଜାରି ରଖିଛି ଜଶିପୁର ଥାନା ପୋଲିସ। ନିଲମ୍ବନ ହୋଇଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ମଧ୍ୟରେ ମାଙ୍ଗିଲାଲ ଫେରାର ଥିବାବେଳେ ସନ୍ତୋଷ କୁମାର ଦାସ ଓ ବେଣୁଧର ନାୟକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ।

ତେବେ ପଞ୍ଚାୟତ ସମିତିର ବହୁ କର୍ମଚାରୀ ଏହି ଦୁର୍ନୀତିରେ ସାମିଲ ଥିବା ବେଳେ ମାତ୍ର କେତେ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଥିବାରୁ ଜିଲ୍ଲା ପ୍ରଶାସନର କାର୍ଯ୍ୟ ଦକ୍ଷତା ଉପରେ ଉଠିଛି ପ୍ରଶ୍ନ । ତେବେ ଜଶିପୁର ବ୍ଲକର ମନରେଗା କାର୍ଯ୍ୟରେ ୩.୨୧ କୋଟି ଟଙ୍କାର ଅନିୟମିତତାରେ ସାମିଲ ଥିବା ସମସ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟ ସରକାର ସମେତ ୫ଟି ସଚିବଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ । ତେବେ ଦେଖିବା ପାଇଁ ବାକି ରହିଲା ଏ ଘଟଣାରେ ସାମିଲ ଥିବା ଅଧିକାରୀ ଙ୍କ ବିରୁଦ୍ଧରେ କ'ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ରାଜ୍ୟ ସରକାର ତାହା ଦେଖିବା ପାଇଁ ବାକି ରହିଲା ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

ABOUT THE AUTHOR

...view details