ଓଡିଶା

odisha

By

Published : Feb 18, 2021, 9:03 PM IST

ETV Bharat / state

ପିଆରଏମ ହସ୍ପିଟାଲ ସଂଲଗ୍ନ ରାସ୍ତା ଜବରଦଖଲ ଉଚ୍ଛେଦ

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦା ପିଆରଏମ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ ସଂଲଗ୍ନ ରାସ୍ତା ଉପରେ ବେଆଇନ ପାର୍କିଂ ଓ ଦୋକାନୀଙ୍କ ଜବରଦଖଲ ଉଚ୍ଛେଦ । ଅଧିକ ପଢନ୍ତୁ...

ପିଆରଏମ ହସ୍ପିଟାଲ ସଂଲଗ୍ନ ରାସ୍ତା ଜବରଦଖଲ ଉଚ୍ଛେଦ
ପିଆରଏମ ହସ୍ପିଟାଲ ସଂଲଗ୍ନ ରାସ୍ତା ଜବରଦଖଲ ଉଚ୍ଛେଦ

ବାରିପଦା: ଦୀର୍ଘ ଦିନ ହେବ ପିଆରଏମ ମେଡିକାଲ କଲେଜ ଓ ହସ୍ପିଟାଲ ରାସ୍ତାର ଉଭୟ ପାର୍ଶ୍ବରେ ଦୋକାନୀମାନେ ବେଆଇନ ଭାବେ ଜବର ଦଖଲ କରି ପସରା ମେଲାଇବା ସହ ରାସ୍ତା ଉପରେ ପାର୍କିଂ ବଢିବାରେ ଲାଗିଥିଲା । ଯାହାକୁ ଦୃଷ୍ଟିରେ ରଖି ଗୁରୁବାର ଏହି ହସ୍ପିଟାଲ ସଂଲଗ୍ନ ରାସ୍ତାରେ ବେଆଇନ ଜବରଦଖଲକୁ ଉଚ୍ଛେଦ କରାଯାଇଛି । ଜିଲ୍ଲା ପ୍ରଶାସନ ତଥା ବାରିପଦା ପୌରପାଳିକାର ମିଳିତ ପ୍ରୟାସରେ ଉଚ୍ଛେଦ କାର୍ଯ୍ୟ ଜାରି ରହିଛି ।

ପିଆରଏମ ହସ୍ପିଟାଲ ସଂଲଗ୍ନ ରାସ୍ତା ଜବରଦଖଲ ଉଚ୍ଛେଦ

ଜବରଦଖଲକାରୀ ଦୋକାନୀଙ୍କ ପାଇଁ ରାସ୍ତାଟି ଅଣ ଓସାରିଆ ହୋଇଯିବା ସହ ଆମ୍ବୁଲାନ୍ସଟିଏ ଯିବାକୁ ମଧ୍ୟ ରାସ୍ତାରେ ଅପେକ୍ଷା କରିବାକୁ ପଡୁଥିଲା । ଜଣେ ଜରୁରୀ ଚିକିତ୍ସା ଦରକାର କରୁଥିବା ରୋଗୀକୁ ପିଆରଏମ ହସ୍ପିଟାଲକୁ ନେବା ଆଣିବାକୁ ୟାତାୟତରେ ବହୁ ସମସ୍ୟା ସୃଷ୍ଟି ହେଉଥିଲା । କହିବାକୁ ଗଲେ ହସ୍ପିଟାଲ ସଂଲଗ୍ନ ଏହି ରାସ୍ତାଟି ଉଠା ଦୋକାନୀ ତଥା ବେଆଇନ ଗାଡିମଟର ପାର୍କିଂସ୍ଥଳ ଭାବେ ପରିଣତ ହୋଇଥିଲା ।

ଜିଲ୍ଲା ପ୍ରଶାସନ ପକ୍ଷରୁ ଗଣେଶ ଲଜ ଠାରୁ ହସ୍ପିଟାଲର 7 ମହଲା ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟ ପାର୍ଶ୍ବରେ ଜବରଦଖଲ କରି ବ୍ୟବସାୟ କରୁଥିବା ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀଙ୍କୁ ଦଖଲ ମୁକ୍ତ ପାଇଁ ପୂର୍ବରୁ 48 ଘଣ୍ଟା ସମୟ ଦିଆଯାଇଥିବାବେଳେ ଆଜି ଏହାକୁ ଉଚ୍ଛେଦ କରାଯାଇଛି । ତେବେ ଜିଲ୍ଲା ପ୍ରଶାସନ ଏହି ରାସ୍ତା ଜବରଦଖଲକୁ ବାରମ୍ବାର ଉଚ୍ଛେଦ କରୁଥିଲେ ମଧ୍ୟ କିଛି ଦିନ ପରେ ପୁଣି ପୂର୍ବ ପରିସ୍ଥିତି ସୃଷ୍ଟି ହେଉଛି । ଆଗକୁ ପ୍ରଶାସନ ପକ୍ଷରୁ ଉକ୍ତ ସମସ୍ୟା ପ୍ରତି ଦୃଷ୍ଟି ଦିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପୂର୍ବକ ରାସ୍ତାଟିକୁ ନୋ ପାର୍କିଂ ଜୋନ ଭାବେ ଘୋଷଣା କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details