ଓଡିଶା

odisha

By

Published : Oct 17, 2021, 8:11 AM IST

ETV Bharat / state

ଦିଶା ବୈଠକରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ, ବିଭିନ୍ନ କାର୍ଯ୍ୟର କଲେ ସମୀକ୍ଷା

ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦାର ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ଦିଶା ବୈଠକ । ଏହି ବୈଠକରେ ଯୋଗ ଦେଇଥିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳସମ୍ପଦ ମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ଵର ଟୁଡୁ । ଅଧିକ ପଢନ୍ତୁ...

ବାରିପଦାର ପ୍ରୟାସ ସମ୍ମିଳନୀ କକ୍ଷରେ ଦିଶା ବୈଠକ ଅନୁଷ୍ଠିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ବାରିପଦାର ପ୍ରୟାସ ସମ୍ମିଳନୀ କକ୍ଷରେ ଦିଶା ବୈଠକ ଅନୁଷ୍ଠିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ବାରିପଦାର ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ଦିଶା ବୈଠକ । ବୈଠକରେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳସମ୍ପଦ ମନ୍ତ୍ରୀ ତଥା ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ଵର ଟୁଡୁ ଯୋଗ ଦେବା ସହ ଜିଲ୍ଲାପାଳ ଭିନିତ ଭରଦ୍ବାଜ, ରାଜ୍ୟସଭା ସାଂସଦ ମମତା ମହନ୍ତ, ଜିଲ୍ଲାର ସାତ ଜଣ ବିଧାୟକ, ପିଡ଼ି ଡ଼ିଆରଡିଏ, ଅତିରିକ୍ତ ଜିଲ୍ଲାପାଳ ଏବଂ ଅନ୍ୟାନ୍ୟ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ବରିଷ୍ଠ ଅଧୁକାରୀମାନେ ମଧ୍ୟ ଉପସ୍ଥିତ ଥିଲେ ।

ବାରିପଦାର ପ୍ରୟାସ ସମ୍ମିଳନୀ କକ୍ଷରେ ଦିଶା ବୈଠକ ଅନୁଷ୍ଠିତ, ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ତେବେ ଏହି ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ଏବଂ ଅନ୍ୟାନ୍ୟ କ୍ଷେତ୍ର ଉପରେ ଆଲୋଚନା ହୋଇଥିଲା । ବିଶେଷ କରି ବୈଠକରେ ଜିଲ୍ଲାର ଗମନାଗମନ, ପ୍ରକୃତ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ପ୍ରଦାନ, ପିଇବା ପାଣି ସହ ଘରେ ଘରେ କିଭଳି ବିଜୁଳି ସେବା ପହଞ୍ଚିବ, ଅପହଞ୍ଚ ଅଞ୍ଚଳରେ ସୋଲାର ଲାଇଟ ବ୍ୟବସ୍ଥା, ଶିକ୍ଷା ଓ ସ୍ବାସ୍ଥ୍ୟ ସେବା କିଭଳି ସମସ୍ତେ ପାଇବେ ସେନେଇ ଆଲୋଚନା ହୋଇଥିଲା।

ଅନ୍ୟପକ୍ଷରେ ମୟୂରଭଞ୍ଜ ଜିଲ୍ଲାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ହୋଇଥିବା ଓ ହେବାକୁ ଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ABOUT THE AUTHOR

...view details